ନୂଆଦିଲ୍ଲୀ: ଫୋନ୍ କଲ୍ରେ ପ୍ରଧାନମନ୍ତ୍ରୀ ମୋଦୀ-ଟ୍ରମ୍ପ
ଲାଇନରେ ଥିଲେ କି ଏଲନ୍ ମସ୍କ?
କୂଟନୈତିକ ମହଲରେ ହଇଚଇ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ୍ ଆଲୋଚନା ବହୁତ ଚର୍ଚ୍ଚାରେ ରହିଛି। କିନ୍ତୁ ଏହି ଆଲୋଚନା ଅପେକ୍ଷା, ଏବେ ଏଲୋନ୍ ମସ୍କ ଏହି ଫୋନ୍ କଲ୍ ରେ ଉଭୟଙ୍କ ସହ ଲାଇନରେ ଥିବା ଆଲୋଚନା ଜୋର୍ ହେଉଛି। ରିପୋର୍ଟ ଦାବି କରିଛି ଯେ ଇରାନ ଯୁଦ୍ଧ ଉପରେ ଫୋନ୍ କଲ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଏଲୋନ୍ ମସ୍କ ମଧ୍ୟ ଉପସ୍ଥିତ ଥିଲେ।
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମସ୍କଙ୍କ ଉପସ୍ଥିତି କୂଟନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଯେହେତୁ ଏଲୋନ୍ ମସ୍କ ଆଉ ଟ୍ରମ୍ପ ପ୍ରଶାସନର ଅଂଶ ନୁହଁନ୍ତି, କୌଣସି ସରକାରୀ ପଦବୀରେ ନାହାନ୍ତି ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ତେବେ ଯୁଦ୍ଧ ସମାପ୍ତ କରିବା ପାଇଁ ଦୁଇଟି ମହାଶକ୍ତିର ରାଷ୍ଟ୍ରମୁଖ୍ୟ ପରସ୍ପର ସହିତ ଫୋନ୍ ରେ କଥାବାର୍ତ୍ତା କରୁଥିବା ବେଳେ ଏଲୋନ୍ ମସ୍କ ତୃତୀୟ ବ୍ୟକ୍ତି ଭାବରେ କାହିଁକି ଏହି କଲ୍ ସହିତ ଯୋଡ଼ି ହୋଇଥିଲେ? ତାଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟିକରଣ ରଖାଯାଇନାହିଁ।
ତେବେ ଦିନେ ମୁଦ୍ରାର ଦୁଇ ପାର୍ଶ୍ଵ ଆଉ ପରେ ପରସ୍ପର ପ୍ରତି ସ୍ୱର ଶାଣିତ କରିଥିବା କୋଟିପତି ଏଲନ ମସ୍କ୍ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏବେ ସମ୍ପର୍କ ସ୍ଥିର ହୋଇଛି। ଆଉ ଗୁରୁତ୍ୱପୂର୍ଣ୍ଣ ଶକ୍ତି କରିଡରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସ ତୀବ୍ର ହେବା ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏକ ଉଚ୍ଚସ୍ତରୀୟ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି, ଆଉ ଏହି ସମୟରେ ମସ୍କଙ୍କ ଉପସ୍ଥିତି ଏବେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି।
Comments are closed.