Latest Odisha News

BREAKING NEWS

ସିଡ଼ନୀ ଟେଷ୍ଟ: ପୁଣି ପୂଜାରାଙ୍କ ଦମଦାର୍ ଶତକ, ଭାରତ ୩୦୩/୪

ସିଡ଼ନୀ: ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରିପାରି ଭାରତ ଗାଭାସ୍କର-ବୋର୍ଡ଼ର ଟ୍ରଫିକୁ ଏକରକମ କବଜା କରିସାରିଛି । ମାତ୍ର ଏହି ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ଶୃଙ୍ଖଳାକୁ ଜିତି ଭାରତ ନିଜ କ୍ରିକେଟ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ ବଳରେ ଭାରତ ୩୦୩/୪ ସ୍କୋର କରିପାରିଛି ।

ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ଚୂଡ଼ାନ୍ତ ଟେଷ୍ଟ ଆଜି ସିଡ଼ନୀରେ ଆରମ୍ଭ ହୋଇଛି । ଭାରତୀୟ ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅବଶ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ନିଜେ କପ୍ତାନ କୋହଲୀ ପାରି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ତେବେ ଉନ୍ନତ ଫର୍ମରେ ଥିବା ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଲଗାତର ୨ୟ ଶତକ ହାସଲ କରି ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟକୁ ସମ୍ଭାଳି ପାରିଛନ୍ତି ।

ଭାରତୀୟ ଦଳର ୧ମ ଇନିଂସ ସ୍କୋର ୧୦ ରନ ହୋଇଥିବା ବେଳେ ଓପନର୍ କେ ଏଲ ରାହୁଲଙ୍କ ୱିକେଟ ହରାଇଥିଲା ବିରାଟ ବାହିନୀ । ତେବେ ମାୟଙ୍କ ଅଗ୍ରୱାଲଙ୍କ ୭୭ ରନ ଏବଂ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଇନିଂସ ଦ୍ୱାରା ଭାରତୀୟ ଦଳ ମଜବୁତ ସ୍ଥିତିରେ ରହିଛି । ଚେତେଶ୍ୱର ପୂଜାରା ୧୩୦ ରନ କରି କ୍ରିଜରେ ରହିଥିବା ବେଳେ କପ୍ତାନ ବିରାଟ କୋହଲୀ ୨୩, ଅଜିଙ୍କ୍ୟ ରାହାଣେ ୧୮ ରନ କରିପାରିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ସୁଦ୍ଧା ୪ଟି ୱିକେଟ ହରାଇ ୩୦୩ ରନ କରିପାରିଛି ।
ଚେତେଶ୍ୱର ପୂଜାରା ୧୩୦ ରନ ଏବଂ ହନୁମା ବିହାରୀ ୩୯ ରନ କରି ଖେଳୁଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲଉଡ଼ ୨ ଟି, ଷ୍ଟାର୍କ ଏବଂ ଲାୟନ ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

ସିଡ଼ନୀ ଟେଷ୍ଟରେ ଖେଳୁଥିବା ଭାରତୀୟ ଏକାଦଶ: ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାଣେ, କୁଲଦୀପ ଯାଦବ , ଋଷଭ ପନ୍ଥ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ ବୁମରା ।

Leave A Reply

Your email address will not be published.