Latest Odisha News

BREAKING NEWS

ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ ବଢିବାରେ ଲାଗିଛି ।

ସିନେମାରେ ମଧ୍ୟ ଅଭିନେତ୍ରୀମାନେ ଗଜରାର ବ୍ୟବହାର କରିଥିବା ନଜର ଆସିଛି । ବଲିଉଡର ଅନ୍ୟତମ ସଫଳ ନାୟିକା ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ମୋନି ରାୟ ପର୍ଯ୍ୟନ୍ତ ଅଭିନେତ୍ରୀ ମାନେ ମଧ୍ୟ ବିଭିନ୍ନ ଫିଲ୍ମରେ ହେୟାର ଷ୍ଟାଇଲରେ ଗଜରା ଲଗାଇଥିବା ଦେଖିବାକୁ ମିଳିଛି । ଜାଣନ୍ତୁ ବିଭିନ୍ନ ଷ୍ଟାଇଲିସ୍ ଗଜରା ସମ୍ପର୍କରେ…

ହେଭି ଗଜରା- ଏହା ସମ୍ପୂର୍ଣ୍ଣ ଭାବେ ଖୋସାକୁ ଘୋଡାଇବ ସହ ଗ୍ଲାମର୍ସ ଲୁକ୍ ଦେଇଥାଏ । ଆପଣ ଏହାକୁ ପାରମ୍ପରିକ ପୋଷାକ ସହ କ୍ୟାରି କରି ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିପାରିବେ । କାଞ୍ଜିବରମ୍ ଓ ବନାରସୀ ଶାଢୀ ସହିତ ହେଭି ଗଜରା ପରଫେକ୍ଟ ଲୁକ୍ ଦେଇଥାଏ ।

ସାଇଡ୍ ପିନ୍ ଅପ୍ ଗଜରା- କେଶରେ ଏପରି ହେୟାରଷ୍ଟାଇଲ୍ ଡିଜାଇନ୍ ପାଇଁ କେଶ ଗୋଟିଏ ପାଶ୍ୱର୍ରେ ରହିବ, ଓ ପରେ ଅପର ପାଶ୍ୱର୍ରେ କାନ ପଛପଟର କେଶରେ ଗଜରାକୁ ଅଧାରୁ ଫୋଲ୍ଡ କରି ପିନ୍ ଅପ୍ କରନ୍ତୁ । ଏହି ଗଜରା ଷ୍ଟାଇଲ୍ ଆପଣଙ୍କୁ ଭଲ ମାନିବା ସହ ଗର୍ଜିଅସ୍ ଲୁକ୍ ମଧ୍ୟ ଦେଇଥାଏ ।

ହାଫ୍ ମୁନ୍ ଗଜରା- ଟ୍ରାଡିସନାଲ୍ ଓ ସେମି ଟ୍ରାଡିସନାଲ୍ ପୋଷାକ ସହ ଏହା ଭଲ ଲାଗେ । କେଶରେ ଏକ ଷ୍ଟାଇଲିସ୍ ବନ୍ କରି ଏହାର ତଳ ଭାଗରେ ଅର୍ଦ୍ଧ ଚନ୍ଦ୍ରାକୃତିରେ ଗଜରା ଲଗାନ୍ତୁ , ଏହା ବନକୁ ଏକ କ୍ଲାସି ଲୁକ୍ ଦେବ ।
ଗଜରା ୱେବ୍ ବା ଜାଲ- ଏପରି ଷ୍ଟାଇଲ୍ ପାଇଁ କେଶରେ ଆବଶ୍ୟକ ଏକ ସିମ୍ପଲ୍ ବନ୍ ଓ ଏହି ସିମ୍ପଲ୍ ବନ୍ ଉପରେ ଜାଲ ସଦୃଶ ଗଜରା ଚାରିପଟେ ବିଛାଇଲା ପରି ଲଗାନ୍ତୁ । ଏହା ସିମ୍ପଲ୍ ହେଲେ ମଧ୍ୟ ଏକ ୟୁନିକ୍ ଲୁକ୍ ଦେଇଥାଏ ।

ମଲ୍ଟି କଲର ଗଜରା- ବିଭିନ୍ନ ପ୍ରକାର ଫୁଲରେ ତିଆରି ହୋଇଥାଏ ଏହି ଗଜରା, ଖାସ୍ କରି ଗେଣ୍ଡୁ,ଗୋଲାପ ଓ ମଲ୍ଲି ଫୁଲର ମିଶ୍ରଣରେ ତିଆରି କରାଯାଇଥାଏ । ଏଭଳି ଗଜରାକୁ ସବୁ ପ୍ରକାରର ଆଉଟ୍ ଫିଟ୍ ସହ କ୍ୟାରି କରିପାରିବେ ।

Leave A Reply

Your email address will not be published.