Latest Odisha News

BREAKING NEWS

ଆଶେସ ସିରିଜ: ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ଏଜବାଷ୍ଟନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୨ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଭାଗରେ ପ୍ୟାଟ କମିନ୍ସ ଓ ନାଥାନ ଲାୟନ ନବମ ୱିକେଟରେ ୧୨ ଓଭରରେ ୫୫ ରନ କରି ଦଳକୁ ବିଜୟୀ କରାଇଥିଲେ । କମିନ୍ସ ୪୪ ଓ ଲାୟନ ୧୬ ରନ କରି ଅପରାଜିତ ରହିଥିଲେ । ଉସମାନ ଖ୍ୱାଜା ଦ୍ୱିତୀୟ ଇନିଂସରେ ୬୫ ରନର ଇନିଂସ ଖେଳିଥିଲେ । ଏହି ବିଜୟ ସହ ଅଷ୍ଟ୍ରେଲିଆ ୨୦୦୫ର ଏଜବାଷ୍ଟନ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ୧୮ ବର୍ଷ ତଳେ ଏହି ପରିସ୍ଥିତିରେ ଅଷ୍ଟ୍ରେଲିଆ ୨ ରନରେ ପରାଜିତ ହୋଇଥିଲା ।

ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ବିନିମୟରେ ୩୯୩ ରନ କରି ଇନିଂସ ଘୋଷଣା କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୩୮୬ ରନ କରିଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୭୩ ରନ କରି ୨୮୧ ରନର ଟାର୍ଗେଟ ଦେଇଥିଲା । ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ଏହି ବିଜୟ ସହ ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

Leave A Reply

Your email address will not be published.