Latest Odisha News

ଯୋଗ ଦିବସକୁ ନେଇ ରାଜନୀତି; ନେହରୁଙ୍କ ଫଟୋ ଛାପି ପ୍ରଶଂସା ଦାବି କଲା କଂଗ୍ରେସ, ଜବାବ ଦେଲେ ଶଶୀ ଥରୁର

ନୂଆଦିଲ୍ଲୀ:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ  । ଯୋଗକୁ ଆନ୍ତର୍ଜାତିକ ମାନ୍ୟତା ଦେବାରେ ମୋଦିଙ୍କ ଭୂମିକାକୁ ସାରା ବିଶ୍ୱ ଜାଣେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଯୋଗ ଦିବସରେ ନ୍ୟୁୟର୍କରୁ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଲୋକଙ୍କୁ ସମ୍ବୋଧନ କରିଥିଲେ । କିନ୍ତୁ ଆନ୍ତର୍ଜାତିକ ଯୋଗ ଦିବସର  ପ୍ରଶଂସାରେ ବିଜେପିର କ୍ରେଡିଟରେ ଭାଗ ବସାଇବାକୁ ଚାହିୁଛି କଂଗ୍ରେସ । ଆଜି ସକାଳ  ୭ଟାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କର ଏକ ଫଟୋ ସେୟାର କରି ଯୋଗ ଦିବସରେ ପୂର୍ବଜଙ୍କ ଭୂମିକା ଥିବା ଦାବି କରିଛି କଂଗ୍ରେସ । ଅନ୍ୟପକ୍ଷେ କଂଗ୍ରେସର ଏପରି ପ୍ରୟାସ  ଉପରେ ପାଣି ପକାଇ ଦେଇଛନ୍ତି ତାଙ୍କରି ଦଳର ନେତା ଶଶୀ ଥରୁର।

BjdElectrycity

ଆଜି ସକାଳୁ ସକାଳୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନେହରୁଙ୍କର ଏକ ଫଟୋ ସେୟାର କରି ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି ‘ଫଟୋଟି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କର ଯୋଗ କରୁଥିବା ସମୟର । ଡିସ୍କଭରି ଅଫ ଇଣ୍ଡିଆରେ ପଣ୍ଡିତ ନେହରୁ କହିଛନ୍ତି,  ‘ଶରୀରକୁ ଅନୁଶାସିତ କରିବା ସହ ମସ୍ତିଷ୍କର ବିକାଶ ପାଇଁ ଏବଂ ଆଧ୍ୟାତ୍ମିକ ପ୍ରଶିକ୍ଷଣ ପାଇଁ ପତଞ୍ଜଳି ଯୋଗ ପ୍ରଣାଳୀ ଅନିବାର୍ଯ୍ୟ ଅଟେ ।’

ଏହି ଟୁଇଟ ଉପରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ଏମିତି ଏକ ଟୁଇଟ କରିଛନ୍ତି ଯାହାକୁ ନେଇ ଦଳକୁ ପୁଣି ସମାଲୋଚନାର ଶିକାର ହେବାକୁ ପଡିଛି ।  ଶଶୀ ଥରୁର ଟୁଇଟ କରି ଆନ୍ତର୍ଜାତିକ ଯୋଗ ଦିବସର ସବୁ କ୍ରେଡିଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦିଶିକ ବିଭାଗର ବୋଲି ସ୍ପଷ୍ଟ କହିଛନ୍ତି ।

ଶଶୀ ଥରୁରୁ ଲେଖିଛନ୍ତି, ‘ ଆମେ ତାଙ୍କୁ ବି ଧନ୍ୟବାଦ ଦେବାକୁ ଚାହିଁବୁ ଯିଏ ଯୋଗକୁ ପୁନର୍ଜୀବନ ଦେଇ ଲୋକପ୍ରିୟ କରାଇ ପାରିଛି । ଏଥିରେ ଆମ ସରକାର, ପ୍ରଧାନମନ୍ତ୍ରୀ, ବିଦେଶ ମନ୍ତ୍ରାଳୟ ମଧ୍ୟ ସାମିଲ ଅଛନ୍ତି । ସେମାନେ ଜାତିସଂଘ ମାଧ୍ୟମରେ ଯୋଗ ଦିବସକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଦେଇଛନ୍ତି । ମୁଁ ଦର୍ଶକଙ୍କୁ କହିବାକୁ ଚାହୁଁଛି ଯେ, ଯୋଗ ଆମାର ଏକ ସପ୍ଟ ପାୱାରର ଗୁରୁତ୍ୱପୂର୍ଣ୍ଣ ଅଂଶ, ଏହାକୁ ମାନ୍ୟତା ମିଳିବା ପରେ ବହୁତ ଖୁସି ଲାଗୁଛି ।’

 

Leave A Reply

Your email address will not be published.