ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ଖେଳାଯିବ । କ୍ରିକେଟ ଅଷ୍ଟ୍ରେଲିଆ ଏହି ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଏବଂ ଆଶେସର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି । ୩ଟି ଯାକ ଦିିନିକିଆ ଯଥାକ୍ରମେ ଅକ୍ଟୋବର ୧୯, ୨୩ ଓ ୨୫ରେ ପର୍ଥ, ଆଡିଲେଡ ଓ ସିଡନୀରେ ଖେଳାଯିବ । ଟି୨୦ ସିରିଜର ପ୍ରଥମ ୨ଟି ମ୍ୟାଚ କାନବେରା ଓ ମେଲବୋର୍ଣ୍ଣରେ ଖେଳାଯିବ । ବାକି ୩ଟି ମ୍ୟାଚ ଯଥାକ୍ରମେ ହୋବାର୍ଟ, ଦି ଗୋଲ୍ଡ କୋଷ୍ଟ ଓ ବ୍ରିସବେନରେ ଆୟୋଜିତ ହେବ ।
ଭାରତ ବିପକ୍ଷ ସିରିଜ ପରେ ଅଷ୍ଟ୍ରେଲିଆ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଦକ୍ଷିଣ ଆଫ୍ରିକା ସହ ଖେଳିବ । ୨୦୨୫-୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତ ପୂନର୍ବାର ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ ଟି୨୦ ଅବସର ଘୋଷଣା କରିବା ପରେ ଟିମ ଇଣ୍ଡିଆ ଯୁବ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ଟି୨୦ ସିରିଜ ଖେଳିବ । ଏଥିପ୍ରତି କ୍ରିକେଟପ୍ରେମୀଙ୍କ ବିଶେଷ ନଜର ରହିବ ।
Comments are closed.