Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ମିଚେଲ ମାର୍ଶଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ସ୍ପିନରଙ୍କୁ ଗୁରୁତ୍ୱ ଦିଆଯାଉଛି । ଟିମ ଡେଭିଡ, ଜୋଶ ହାଜେଲଉଡ ଓ ପ୍ୟାଟ କୁମିନ୍ସ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି । ତେବେ ବିଶ୍ୱକପ ପୂର୍ବରୁ ସେମାନେ ଫିଟ ହୋଇ ଯାଇଥିବେ ବୋଲି ଆଶା ବ୍ୟକ୍ତ କରାଯାଇଛି । ଦଳରେ ୩ଜଣ ନିୟମିତ ସ୍ପିନର ଥିବା ବେଳେ ମ୍ୟାକ୍ସୱେଲ ମଧ୍ୟ ଏହି ଦାୟିତ୍ୱ ଭଲ ଭାବେ ତୁଲାଇପାରିବେ ।

ଜୋଶ ଇଂଲିଶଙ୍କ ବଦଳରେ ଅତିରିକ୍ତ ୱିକେଟକିପର ସାମିଲ ନ କରିବା ଏବଂ ଷ୍ଟିଭ ସ୍ମିଥଙ୍କୁ ବାଦ ଦିଆଯିବା ସମସ୍ତଙ୍କୁ ଚକିତ କରିଛି ।
ଅଷ୍ଟ୍ରେଲିଆ ଦଳ: ମିଚେଲ ମାର୍ଶ(ଅଧିନାୟକ), ଜାଭିୟର ଡାର୍ଟଲେଟ, କୁପର କୋନୋଲେ, ପ୍ୟାଟ କୁମିନ୍ସ, ଟିମ ଡେଭିଡ, କାମେରୁନ ଗ୍ରୀନ, ନାଥାନ ଏଲିସ, ଜୋଶ ହାଜେଲଉଡ, ଟ୍ରେଭିସ ହେଡ, ଜୋଶ ଇଂଲିଶ, ମାଥ୍ୟୁ କୁହେନମାନ, ଗ୍ଲେନ ମ୍ୟାକ୍ସୱେଲ, ମାଥ୍ୟୁ ଶର୍ଟ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା ।

Leave A Reply

Your email address will not be published.