Latest Odisha News

BREAKING NEWS

ସିରିଜ ଜିତି ଭାରତର ବିଶ୍ୱ ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆ

ଚେନ୍ନାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ  ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ଚଳିତ ବର୍ଷ ଏହା ଭାରତୀୟ ଦଳର ପ୍ରଥମ ଦିନିକିଆ ସିରିଜ ପରାଜୟ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୯ ରନ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୨୭୦ ରନ୍ ପିଛା କରି ପଡିଆକୁ ଓହ୍ଲାଥିଲା। ହେଲେ ୨୪୮ ରନରେ ଅଲ ଆଉଟ୍ ହୋଇଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆକୁ ଏହି ସିରିଜ୍ ହରାଇବାକୁ ପଡିଛି। ଏହା ପୂର୍ବରୁ ଘରୋଇ ପିଚରେ ଟିମ୍ ଇଣ୍ଡିଆ କ୍ରମାଗତ ୨୫ଟି ସିରିଜ୍ ଜିତିଥିଲା। କ୍ରମାଗତ ୨୫ଟି ସିରିଜ୍ ଜିତିବା ପରେ ଘରୋଇ ପିଚରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ପରାଜୟ। ଭାରତ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛି। କାରଣ କୌଣସି ଦଳ ଘରୋଇ ପିଚରେ ଲଗାତର ୨୫ଟି ସିରିଜ୍ ଜିତି ନାହାନ୍ତି।

୨୦୧୯ ପରଠୁ ଭାରତୀୟ ଦଳକୁ ଘରୋଇ ପିଚରେ ଅଷ୍ଟ୍ରେଲିଆ ହାତରେ ଦିନିକିଆ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଦିନିକିଆ ସିରିଜରେ କହିବାକୁ ଗଲେ କ୍ରମାଗତ ୭ ଟି ଦିନିକିଆ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।

ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆର କିଛି ଖେଳାଳି ପୁଣି ଥରେ ନିରାଶ କରିଛନ୍ତି। ସେହି ଖେଳାଳିଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ସୂର୍ଯ୍ୟକୁମାର ଯାଦବ। ସେ ଏହି ସିରିଜର ସମସ୍ତ ମ୍ୟାଚରେ କୌଣସି ରନ୍ କରିନପାରି ଆଉଟ ହୋଇଛନ୍ତି। ସେହିପରି କେ.ଏଲ୍ ରାହୁଲ ମଧ୍ୟ ପ୍ରଥମ ମ୍ୟାଚକୁ ଛାଡିଦେଲେ ଅନ୍ୟ ସମସ୍ତ ମ୍ୟାଚରେ ନିରାଶ କରିଛନ୍ତି।

Comments are closed.