Latest Odisha News

BREAKING NEWS

ଜାତୀୟ ସଙ୍ଗୀତରେ ଶବ୍ଦ ପରିବର୍ତ୍ତନ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଜାତୀୟ ସଂଗୀତରେ ଏକ ଶବ୍ଦ ପରିବର୍ତ୍ତନ କରିଛି। ଏହି ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହାକୁ ଦେଶର “ସ୍ପିରିଟ୍‌ ଅଫ୍‌ ୟୁନିଟି” ବୃଦ୍ଧି ପାଇଁ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଜାତୀୟ ସଂଗୀତର ଦ୍ୱିତୀୟ ଧାଡି ଆଡଭାନ୍ସ ଅଷ୍ଟ୍ରେଲିଆ ଫେୟାର୍‌କୁ “ଫର୍‌ ୱି ଆର୍‌ ୟଙ୍ଗ୍‌ ଆଣ୍ଡ୍‌ ଫ୍ରି”କୁ ପରିବର୍ତ୍ତନ କରି ‘ଫର୍‌ ୱି ଆର୍‌ ୱାନ୍‌ ଆଣ୍ଡ୍‌ ଫ୍ରି’ କରିଦିଆଯାଇଛି।

ସେ କହିଛନ୍ତି ଯେ ଆମର ଜାତୀୟ ସଂଗୀତରେ ଏହି ମହାନ ଏକତା ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ ହେବାର ସମୟ ଆସିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଅଷ୍ଟ୍ରେଲିଆ ହେଉଛି ପୃଥିବୀର ସବୁଠାରୁ ସଫଳ ବହୁମୁଖୀ ରାଷ୍ଟ୍ର। ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, “ଅଷ୍ଟ୍ରେଲିଆ ଏକ ଆଧୁନିକ ରାଷ୍ଟ୍ର ଭାବରେ ଯୁବକ, କିନ୍ତୁ ଆମ ଦେଶର କାହାଣୀ ପ୍ରାଚୀନ ଅଟେ। ଆମେ ସ୍ପିରିଟ୍‌ ଅଫ୍‌ ୟୁନିଟି ​​ଉପରେ ବିଶ୍ୱାସ କରୁ ଏବଂ ଆମେ ନିଶ୍ଚିତ କରୁ ଯେ ଏହି ସତ୍ୟ ଏବଂ ଅଂଶୀଦାର ପ୍ରଶଂସା ଆମ ଜାତୀୟ ସଙ୍ଗୀତରେ ମଧ୍ୟ ଦେଖିବାକୁ ମିଳିବ। “

Leave A Reply

Your email address will not be published.