Latest Odisha News

ଆତଙ୍କବାଦୀଙ୍କ ପାଇଁ ୨୦୨୦ରେ କାଳ ସାଜିଥିଲେ ସେନା

ନୂଆଦିଲ୍ଲୀ: ୨୦୨୦ରେ ଆତଙ୍କବାଦୀଙ୍କ ପାଇଁ କାଳ ସାଜିଥିଲେ ଭାରତୀୟ ସେନା । ରିପୋର୍ଟ ମୁତାବକ ପାକିସ୍ତାନ ସବୁ ବର୍ଷ ପରି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀ ପଠାଇଥିଲା । ସେନା ସଜାଗ ଥିବା ଯୋଗୁ ୨୨୫ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ବିପକ୍ଷରେ ୧୦୦ ସଫଳ ଅପରେଶନ କରା ଯାଇପାରିଥିଲା । ୯୦ କାଶ୍ମୀରେ ଓ ୧୦ ଜାମ୍ମୁରେ ସୁରକ୍ଷାକର୍ମୀ ସମସ୍ତ ଯୋଜନାକୁ ପଣ୍ଡ କରିଥିଲେ ।

ଆତଙ୍କ ବିରୋଧୀ ଅଭିଯାନରେ ୪୬ ପ୍ରମୁଖ କମାଣ୍ଡରଙ୍କୁ ମରାଯାଇ ପାରିଥିଲା । ପରିସ୍ଥିତି ଏପରି ଉପୁଜିଛି ଯେ କେତେକ ସ୍ଥାନରେ ଆତଙ୍କବାଦୀଙ୍କ ପାଖରେ ଆଉ କମାଣ୍ଡର ନାହାନ୍ତି । ୨୦୧୯ ତୁଳନାରେ ଅଧିକ ଆତଙ୍କବାଦୀ ପ୍ରବେଶ କରିଥିଲେ ମଧ୍ୟ ସେନା ଓ ସୁରକ୍ଷାକର୍ମୀ ସେମାନଙ୍କ ବିପକ୍ଷରେ ସୁନିୟୋଜିତ ଯୋଜନା ଅନୁସାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.