Latest Odisha News

BREAKING NEWS

ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ କରିବା ନେଇ ଆଗ୍ରହ ପ୍ରକାଶ କଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆୟୋଜନ କରିବା ନେଇ କ୍ରିକେଟ ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରିଛି । ବିସିସିଆଇ ଓ ପିସିବି ଏଥିରେ ରାଜି ହେଲେ ଆମର କୌଣସି ଅସୁବିଧା ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି । ୨୦୨୨ ଟି୨୦ ବିଶ୍ୱକପ ପରେ ମଧ୍ୟ ସିଏ ଏହି ଆଶା ବ୍ୟକ୍ତ କରିଥିଲା । ମାତ୍ର କୌଣସି କାରଣ ବଶତଃ ଏହା ସମ୍ଭବପର ହୋଇ ନ ଥିଲା । ସିଏ ନିକଟରେ ତାର ଘରୋଇ କାର୍ଯ୍ୟସୂଚୀ ଜାରୀ କରିଛି । ଚଳିତ ବର୍ଷ ନଭେମ୍ବରରେ ଉଭୟ ପାକିସ୍ତାନ ଏବଂ ଭାରତ ସେ ସମୟରେ ଅଷ୍ଟ୍ରେଲିଆରେ ଥିବେ । ଭାରତ ଟେଷ୍ଟ ସିରିଜ ଏବଂ ପାକିସ୍ତାନ ଟି୨୦ ସିରିଜ ଖେଳିବେ ।

ଏହାକୁ ଆଖି ଆଗରେ ରଖି ଭାରତ-ପାକ ଦ୍ୱିପାକ୍ଷିକ ସିରିଜ ନେଇ ବୋର୍ଡ ଆଗ୍ରହ ପ୍ରକାଶ କରିଛି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଶେଷ ଥର ପାଇଁ ୨୦୧୨ରେ ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ । ସେହିପରି ୨୦୦୭ରେ ଶେଷ ଥର ପାଇଁ ଟେଷ୍ଟ ସିରିଜ ଖେଳିଥିଲେ । ଆଇସିସି ଓ ଏସିସି ଇଭେଂଟରେ ଉଭୟ ଟିମ ଖେଳିବାକୁ ରାଜି ହେଉଛନ୍ତି ।

Leave A Reply

Your email address will not be published.