Latest Odisha News

BREAKING NEWS

ଅଷ୍ଟ୍ରେଲିଆ ୬୨ ରନରେ ଅଗ୍ରଣୀ, ଅକ୍ଷର ବଂଚାଇଲେ ସମ୍ମାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ଭାରତଠାରୁ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୧ ୱିକେଟ ବିନିମୟରେ ୬୨ ରନ ସଂଗ୍ରହ କରିଛି । ଟ୍ରାଭିସ ହେଡ ୩୯ ରନ କରି ନଟଆଉଟ ହୋଇଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୨୬୩ ରନ ଜବାବରେ ଭାରତ ୨୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ରୋହିତ ଶର୍ମା ୩୨, ବିରାଟ କୋହଲି ୪୪ ଓ ରବୀନ୍ଦ୍ର ଜାଡେଜା ୨୬ ରନ କରିଥିଲେ । ତେବେ ୮ମ ୱିକେଟରେ ଅକ୍ଷର ପଟେଲ ଓ ଆର.ଅଶ୍ୱୀନଙ୍କ ଚମତ୍କାର ବ୍ୟାଟିଂ ଭାରତର ସମ୍ମାନ ରକ୍ଷା କରିଥିଲା । ପଟେଲ ୭୪ ଓ ଅଶ୍ୱୀନ ୩୭ ରନ କରିଥିଲେ । ଉଭୟ ୧୧୪ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ନାଥାନ ଲାୟନ ୫ଟି ୱିକେଟ ଅକ୍ତିଆର କରିଥିଲେ । ଟଡ ମର୍ଫି ୨ଟି ୱିକେଟ ନେଇଥିଲେ । ଦ୍ୱିତୀୟ ଦିବସରେ କୋହଲିଙ୍କ ଆଉଟ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟିଭି ରିପ୍ଲେରେ ଏହା ସ୍ପଷ୍ଟ ହୋ ନ ଥିଲେ ନିଷ୍ପତି କୋହଲିଙ୍କ ବିପକ୍ଷରେ ଯାଇଥିଲା ।

Comments are closed.