Latest Odisha News

BREAKING NEWS

ବିଗ୍ ବସ୍ ଜିତିବା ପରେ ଷ୍ଟାନଙ୍କ ବଢ଼ିଲା ଚାହିଦା, ଶାହାରୁଖଙ୍କ ରେକର୍ଡକୁ ବି ଭାଙ୍ଗିଲେ

ମୁମ୍ବାଇ: ରିୟଲିଟି ସୋ’ ବିଗ୍‌ବସ ସିଜିନ୍ ୧୬ର ବିଜେତା ହେବା ପରେ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖ୍‌ଙ୍କ ଚାହିଦା ବଢିବାରେ ଲାଗିଛି । ବିଗ୍ ବସ୍‌ରେ ବେଶୀ ସକ୍ରିୟ ନ ରହି ବି ଷ୍ଟାନ୍ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇନଷ୍ଟାଗ୍ରାମରେ ଥିବା ତାଙ୍କର ୭୦ଲକ୍ଷ ଫଲୋୱର୍ସଙ୍କ ପାଇଁ ଏହା ସମ୍ଭବ ହୋଇଥିବା ଆଲୋଚନା ହୋଇଛି । ଏବେ ରିଲ ଓ ବିଜ୍ଞାପନ କରିବା ପାଇଁ ସେ ଅଧିକ ଚାର୍ଜ କରୁଥିବା ନଜରକୁ ଆସିଛି ।

ବିଗ୍‌ବସ୍ ବିଜେତା ହେବା ପରେ ଷ୍ଟାନଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ପାଲଟିଛନ୍ତି । ବିଗ୍‌ବସ୍ ଘରୁ ବାହାରିବା ପରେ ଷ୍ଟାନ୍ ପ୍ରଥମ ଥର ଲାଗି ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ । ଏଥିରେ ତାଙ୍କର ୫ ଲକ୍ଷ ୪୧ ହଜାରରୁ ଅଧିକ ପ୍ରଶଂସକ ଯୋଡ଼ି ହୋଇ ନୂଆ ରେକର୍ଡ କରିଥିଲେ । ଆଇଜିରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ସେଲିବ୍ରିଟି ମାମଲାରେ ସେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାଁଙ୍କ ରେକର୍ଡକୁ ବି ଭାଙ୍ଗିଛନ୍ତି । ପୂର୍ବରୁ ଶାହାରୁଖଙ୍କ ଲାଇଭ୍‌ରେ ୨ ଲକ୍ଷ ୫୫ ହଜାର ଲୋକ ଯୋଡ଼ି ହୋଇଥିଲେ ।
କେବଳ ସେତିକି ନୁହେଁ, ଏବେ ଷ୍ଟାନ୍ ବିଜ୍ଞାପନ ଓ ରିଲ କରିବା ପାଇଁ ତାଙ୍କର ଡ଼ିମାଣ୍ଡ ସେ ବଢାଇ ଦେଇଛନ୍ତି । ଏବେ ଏକ ଘରୋଇ ଉତ୍ପାଦ ବ୍ରାଣ୍ଡର ବିଜ୍ଞାପନ ପାଇଁ ଷ୍ଟାନ ଦିନକୁ ୮-୧୦ଲକ୍ଷ ନେଉଛନ୍ତିି । ସେହିପରି ଇନଷ୍ଟାଗ୍ରାମ ରିଲ ତିଆରି ପାଇଁ ୧୮ଲକ୍ଷରୁ ୨୩ଲକ୍ଷ ଟଙ୍କା ନେଉଥିବା ବେଳେ ଇନଷ୍ଟାଗ୍ରାମ ଷ୍ଟୋରୀ ପାଇଁ ସେ ପ୍ରାୟ ୫ଲକ୍ଷ ଟଙ୍କା ମଧ୍ୟ ଚାର୍ଜ କରୁଛନ୍ତିି । ବିଗ୍‌ବସ ଜିତିବା ପରେ ଷ୍ଟାନଙ୍କୁ ବିଜ୍ଞାପନରେ ନେବା ପାଇଁ ବିଜ୍ଞାପନଦାତାଙ୍କ ଭିଡ଼ ଜମୁଛି ।

Leave A Reply

Your email address will not be published.