Latest Odisha News

BREAKING NEWS

ଅବସର ନେଲେ ଅଷ୍ଟ୍ରେଲିଆ କ୍ରିକେଟର ଶନ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଶନିବାର ଘରୋଇ କ୍ରିକେଟ ଓ ଦିନିକିଆରୁ ଅବସର ଘୋଷଣା କରିଛନ୍ତି । ସେ ୨୨ ବର୍ଷ ହେବ ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିଲେ । ସେ ତାଙ୍କ କ୍ୟାରିୟରରେ ୩୮ ଆନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ୬ ଶତକ ଓ ୧୦ ଅର୍ଦ୍ଧଶତକ ସହାୟତାରେ ୨୨୬୫ ରନ ସଂଗ୍ରହ କରିଥିଲେ । ସେହିପରି ୭୧ ଦିନିକିଆ ମ୍ୟାଚରେ ୨୪୭୭ ରନ କରିଥିଲେ । ଘରୋଇ କ୍ରିକେଟରେ ୧୨୦୩୨ ରନ ଏବଂ ଆଇପିଏଲରେ ୨୪୭୭ ରନ ସଂଗ୍ରହ କରିଥିଲେ । ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ଅବସର ନେବା ପାଇଁ ଚିନ୍ତା କରିଥିଲେ । ୪ ବର୍ଷ ତଳେ ଶେଷ ଥର ପାଇଁ ସେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ପୂର୍ବତନ ମହାନ ଖେଳାଳି ଜ୍ୟେଫ ମାର୍ଶଙ୍କ ଦୁଇ ପୁଅ ଶନ ମାର୍ଶ ଓ ମିଚେଲ ମାର୍ଶ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । କେତେକ ରିପୋର୍ଟ ଅନୁସାରେ ଅତ୍ୟଧିକ ମଦ୍ୟପାନ ଯୋଗୁ ଶନ ଜଣେ ଭଲ କ୍ରିକେଟର ହେବା ସତ୍ୱେ କ୍ୟାରିୟର ପ୍ରତି ଉଚିତ ନ୍ୟାୟ କରିପାରି ନ ଥିଲେ ।

Comments are closed.