Latest Odisha News

BREAKING NEWS

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ଭେଟି; କୋହଳ ହେବ ବୟସସୀମା

ନୂଆଦିଲ୍ଲୀ: ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା। ଅଗ୍ନିବୀରଙ୍କୁ ଭେଟି ଦେଲେ କେନ୍ଦ୍ର ସରକାର । BSFରେ ୧୦ ପ୍ରତିଶତ ଚାକିରୀ ସଂରକ୍ଷଣ ନେଇ ଘୋଷଣା କଲେ ସରକାର । ସେତିକି ନୁହେଁ, ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା ।

ପ୍ରଥମ ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀର ଆବେଦନକାରୀଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ମିଳିବ ।  ବାକି ୭୫ ପ୍ରତିଶତଙ୍କୁ ସେନାର ଅନ୍ୟାନ୍ୟ ୟୁନିଟରେ ମିଳିବ ନିଯୁକ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର ।ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।

ବର୍ଡର ସିକ୍ୟୁରିଟି ଫୋର୍ସରେ ଏଥିପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାବେଳେ, ବୟସ ସୀମାକୁ ମଧ୍ୟ କୋହଳ କରାଯାଇଛି । ଖାଲି ସେତିକି ନୁହେଁ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିଏସଏଫରେ ଭର୍ତ୍ତି ହେବା ବେଳେ ଅଗ୍ନିବୀରମାନଙ୍କୁ ଫିଜିକାଲ ଟେଷ୍ଟ ପାଇଁ କୋହଳ ନୀତି ଆପଣାଯିବ ।

Leave A Reply

Your email address will not be published.