Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କଲା ଭିକ୍ଟୋରିଆ

ମେଲବୋର୍ଣ୍ଣ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ନେଇ ସଙ୍କଟ ଦେଖା ଦେଇଛି । ଏହାର ବଜେଟ ବଢ଼ିବା ଯୋଗୁ ଭିକ୍ଟୋରିଆ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଛି । ମେଲବୋର୍ଣ୍ଣ, ଜିଲଙ୍ଗ, ବେଲାର୍ଟ ଓ ଜିପ୍ସଲ୍ୟାଣ୍ଡରେ ଏହା ଆୟୋଜିତ ହେବାକୁ ଥିଲା । ଯେତେବେଳେ ଆମକୁ ଏହାର ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା ସେତେବେଳେ ବଜେଟ ୧୪,୭୬୭ କୋଟି ଟଙ୍କା ଥିଲା । ଏବେ ଏହା ୩୩, ୫୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆମେ ଭଲ ଭାବରେ ଜାଣିଛୁ ଏତେ ମାତ୍ରାରେ ଅର୍ଥ ଖର୍ଚ୍ଚ କରିବା ସତ୍ୱେ ଏହାର ଫାଇଦା କିଛି ହେବ ନାହିଁ ବୋଲି ଭିକ୍ଟୋରିୟା ପ୍ରିମିୟର ଡେନିୟଲ ଆଣ୍ଡ୍ର‌୍ୟୁଜ ସାମ୍ବାଦିକଙ୍କୁ କହିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା ଫେଡେରେଶନ ଏହା ଏକ ନୈରାଶ୍ୟଜନକ ପଦକ୍ଷେପ ବୋଲି କହିଛି । ଫେଡେରେଶନ ସହ ଆଲୋଚନା କରିବା ପରେ ସେମାନେ ଓହରିବା ନିଷ୍ପତି ନେଇଥିଲେ ଭଲ ହୋଇଥାନ୍ତା । ତେବେ ଖୁବ ଶୀଘ୍ର ଏହାର କିଛି ସମାଧାନ ରାସ୍ତା ବାହାରିବ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି । ୧୯୩୮, ୧୯୬୨, ୧୯୮୨, ୨୦୦୬ ଓ ୨୦୧୮ରେ ଅଷ୍ଟ୍ରେଲିଆ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିଥିଲା ।

Leave A Reply

Your email address will not be published.