Latest Odisha News

BREAKING NEWS

ଏୟାରଫିଲ୍ଡରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ସମେତ ୫ ମୃତ, ୫ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଧ୍ୟ ପୋଲାଣ୍ଡରେ ଏକ ଏୟାରଫିଲ୍ଡ ହ୍ୟାଙ୍ଗରରେ ସେସନା ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲାଣ୍ଡର ରାଜ୍ୟ ଅଗ୍ନିଶମ ସେବାର ମୁଖ୍ୟ କମାଣ୍ଡାଣ୍ଟ ଆନ୍ଦ୍ରେଜେ ବାର୍ଟକୋୱିଆକ୍ ସୂଚନା ଦେଇ କହିଛନ୍ତି ଯେ କ୍ରାସିନୋ ସହରରେ ଲୋକମାନେ ଯେଉଁଠି ଆଶ୍ରୟ ନେଉଥିଲେ ସେହି ହ୍ୟାଙ୍ଗରକୁ ଯାଇ ସେନା ବିମାନଟି ଧକ୍କା ମାରିଥିଲା।

ବିମାନଟି ଖରାପ ପାଗରେ ଅବତରଣ କରୁଥିଲା, ଯାହା ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ପୋଲାଣ୍ଡର ପ୍ରେସ ଏଜେନ୍ସି ରାଜ୍ୟ ଅଗ୍ନିଶମ ସେବାର ମୋନିକା ନୋଭାକୋସ୍କା-ବ୍ରିଣ୍ଡାଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ବିମାନରେ ତିନିଜଣ ପାଇଲଟ ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଆହତ ହୋଇଛନ୍ତି ଏବଂ ତୃତୀୟ ଜଣଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ଯେଉଁ ହ୍ୟାଙ୍ଗରରରେ ଲୋକେ ଆଶ୍ରୟ ନେଇଥିଲେ ସେଠାରେ କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପରିଚୟ ମିଳିନାହିଁ।

Leave A Reply

Your email address will not be published.