Latest Odisha News

BREAKING NEWS

ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆର ବିଶ୍ୱରେକର୍ଡ

ଏଡିନବର୍ଗ: ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ବିଶ୍ୱରେକର୍ଡ ସ୍ଥାପନ କରିଛି । ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ପାୱାର ପ୍ଲେରେ ସର୍ବାଧିକ ରନ ସଂଗ୍ରହ କରି ଏହି ରେକର୍ଡ କରିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ ପାୱାର ପ୍ଲେରେ ୯୨ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ୬ ଓଭରରେ ୧୧୩ ରନ ସଂଗ୍ରହ କରି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୧୫୫ ରନର ଲକ୍ଷ୍ୟ ରଖିଥିଲା । ଅଷ୍ଟ୍ରେଲିଆ ୯.୪ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଟ୍ରେଭିସ ହେଡ ୨୫ ବଲରେ ୮୦ରନ(୧୨ ଚୌକା ଓ ୫ ଛକା) ଓ ମିଚେଲ ମାର୍ଶ ୧୨ ବଲରେ ୩୯ ରନ ସଂଗ୍ରହ କରିଥିଲେ ।

ଦ୍ୱିତୀୟ ୱିକେଟରେ ସେମାନେ ୧୧୩ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ପୂର୍ବରୁ ମିଚେଲ ମାର୍ଶ ୧୨ ବଲରୁ ୩୯ ରନ କରିଥିଲେ । ୬୨ ବଲ ବାକି ଥାଇ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ହେଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.