ଲଣ୍ଡନ: ଓଭାଲରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ ରନର ଟାର୍ଗେଟ ରଖିଛି । ୪ର୍ଥ ଦିବସରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ପ୍ରଦାନ କରିଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୮ ୱିକେଟ ବିନିମୟରେ ୨୭୦ ରନ କରି ଇନିଂସ ଘୋଷଣା କରିଥିଲା । ଆଲେକ୍ସ କ୍ୟାରୀ ସର୍ବାଧିକ ୬୬ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ୪୧ ଓ ମାର୍ନସ ଲାବୁସେନ ୪୧ ରନର ଇନିଂସ ଖେଳିଥିଲେ ।
ଭାରତ ପକ୍ଷରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଉମେଶ ଯାଦବ ଓ ମହମ୍ମଦ ସାମି ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଭାରତକୁ ଏହି ବିଶାଳ ଲକ୍ଷ୍ୟ ହାସଲ କରିବାକୁ ହେଲେ ସେଭଳି ଉଚ୍ଚସ୍ତରର ବ୍ୟାଟିଂ ପ୍ରଦର୍ଶନ କରିବାକୁ ପଡିବ । ସେହିପରି ହାତରେ ଆଉ ଗୋଟିଏ ଦିନ ବାକିଥିବାରୁ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ଅଲଆଉଟ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିଫ ଟାଇଟଲ ହାସଲ କରିବୁ ।
Comments are closed.