Latest Odisha News

BREAKING NEWS

ଜୁନିୟର ମହିଳା ଏସିଆ କପ: ଜାପାନକୁ ହରାଇ ଫାଇନାଲରେ ଭାରତ, ଜୁନିୟର ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଜୁନିୟର ଏସିଆ କପ ମହିଳା ହକିରେ ଜାପାନକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ମ୍ୟାଚର ୪୭ତମ ମିନିଟରେ ଭାରତ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲଟି ସୁନୀତା ଟପ୍ପୋ କରିଥିଲେ । ଏଥିସହ ଜୁନିୟର ବିଶ୍ୱକପ ନିମନ୍ତେ ଭାରତ ଯୋଗ୍ୟତା ହାସଲ କରିଛି । ଚିଲିରେ ଚଳିତ ବର୍ଷ ୧୯ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ପୂର୍ବରୁ ଲିଗ ପର୍ଯ୍ୟାୟରେ ଭାରତ ୪ଟି ମ୍ୟାଚରୁ ୩ ବିଜୟ ଓ ଏକ ଡ୍ର ସହ ପଂଏଟ ଟେବୁଲରେ ଶୀର୍ଷରେ ରହିଥିଲା ।

BjdElectrycity

ଉଜବେକିସ୍ତାନକୁ ୨୨-୦ରେ, ମାଲେସିଆକୁ ୨-୧ରେ ଓ ଚାଇନିଜ ତାଇପେକୁ ୧୧-୦ରେ ହରାଇଥିବା ବେଳେ କୋରିଆ ସହିତ ମ୍ୟାଚ ଡ୍ର ରଖିଥିଲା । ଏହି ପ୍ରତିଯୋଗିତାରେ ୨୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଭାରତୀୟ ଟିମ ସମେତ ଚୀନ, କୋରିଆ, ଜାପାନ ଓ ମାଲେସିଆ ବିଶ୍ୱ ର‌୍ୟାଙ୍କିଙ୍ଗ ଆଧାରରେ ୨୧ ବର୍ଷରୁ କମ ବିଭାଗ ମୁକାବିଲାରେ ସିଧାସଳଖ ଏଂଟ୍ରି କରିଥିଲେ । ଅନ୍ୟ ୫ଟି ଟିମ ଗତ ବର୍ଷ ଆୟୋଜିତ ମହିଳା ଜୁନିୟର କପ ମାଧ୍ୟମରେ ଯୋଗ୍ୟତା ହାସଲ କରିଥିଲେ ।

Leave A Reply

Your email address will not be published.