Latest Odisha News

BREAKING NEWS

ଅବସର ସଙ୍କେତ ଦେଲେ ଡେଭିଡ ୱାର୍ଣ୍ଣର

ସିଡନୀ: ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆଜି ତାଙ୍କ ଅବସର ନେଇ ସୂଚନା ଦେଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ମୋ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ହେବ ବୋଲି ସେ କହିଛନ୍ତି । ଏଥିରେ ଆମେ ଚାମ୍ପିୟନ ହେଲେ ମୋ ପାଇଁ ସ୍ମରଣୀୟ ହୋଇଯିବ ବୋଲି ୱାର୍ଣ୍ଣର କହିଛନ୍ତି । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ । ୨୦୨୧ ଟି୨୦ ବିଶ୍ୱକପରେ ୱାର୍ଣ୍ଣର ୨୮୯ ରନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ଏବେ ସେ ବିଗ ବାସ ଲିଗରେ ସିଡନୀ ଥଣ୍ଡର୍ସ ପକ୍ଷରୁ ଖେଳୁଛନ୍ତି । ଯାହା ଲାଗୁଛି ଆଉ ବର୍ଷେ କିମ୍ବା ଦୁଇ ବର୍ଷ ମୁଁ କ୍ରିକେଟ ଖେଳିପାରିବି ।

ତେବେ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରୀ ରଖିବେ କି ନାହିଁ ସେ ସମ୍ପର୍କରେ କିଛି କହି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୱାର୍ଣ୍ଣର ଖେଳୁଛନ୍ତି । ରିଷଭ ପନ୍ତ ଆଘାତ ସମସ୍ୟା ଯୋଗୁ ଓହରିଯିବା ଫଳରେ ୱାର୍ଣ୍ଣରଙ୍କୁ ଅଧିନାୟକ କରାଯିବା ନେଇ ଆଲୋଚନା ଚାଲିଛି । ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି ।

Leave A Reply

Your email address will not be published.