Latest Odisha News

ଅଷ୍ଟ୍ରେଲିଆ ଧରାଶାୟୀ, ଭାରତର ଐତିହାସିକ ବିଜୟ

ଆଡ଼ିଲେଡ୍: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ପରାସ୍ତ କରି ଭାରତ ଏକ ଐତିହାସିକ ବିଜୟ ହାସଲ କରିପାରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ରେ ଚାଲିଥଇବା ୧ମ ଟେଷ୍ଟ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୩୧ ରନରେ ପରାସ୍ତ କରି ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିପାରିଛି ।

ପ୍ରାୟ ଦେଢ ଦଶନ୍ଧି ପୂର୍ବରୁ ଅଷ୍ଟ୍ରେିଲିଆରେ ଭାରତ ଟେଷ୍ଟ ବିଜୟର ସ୍ୱାଦ ପାଇଥିଲେ ମଧ୍ୟ ତା’ପରେ ଅଷ୍ଟ୍ରେିଲିଆକୁ ତା’ ମାଟିରେ ହରାଇବା କୌଣସି ଦେଶ ପକ୍ଷେ ପ୍ରାୟ ସମ୍ଭବ ହେଉନଥିଲା । ତେବେ ବିରାଟ ବାହିନୀର ବ୍ୟାଟିଂ ଓ ବୋଲିଂ ବିଭାଗ ଉନ୍ନତ କ୍ରିକେଟ ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ଧରାଶାୟୀ କରିପାରିଛି ।

ଆଡ଼ିଲେଡ଼ର ଏହି ଟେଷ୍ଟ ମ୍ୟାଚଟି ବେଶ୍ ରୋମାଞ୍ଚକର ପରିସ୍ଥିତି ଆଡ଼କୁ ଗତି କରୁଥିବା ବେଳେ ଭାରତୀୟ ବୋଲର୍ କଙ୍ଗାରୁ ଦଳର ବ୍ୟାଟିଂ ବିଭାଗକୁ ଧ୍ୱସ୍ତ ବିଧ୍ୱସ୍ତ କରି ପକାଇଥିଲେ । ଅଷ୍ଟ୍ରେିଲିଆ ତାର ୨ୟ ଇନିଂସରେ ୨୯୧ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଛି । ଦଳ ପକ୍ଷରୁ ମାର୍ଶ ସର୍ବାଧିକ ୬୦, ୱିକେଟ କିପର୍ ପେନ୍ ୪୧ କରିଥିଲେ ମଧ୍ୟ ଅନ୍ୟ ସମସ୍ତ ବ୍ୟାଟସମ୍ୟାନ ବିରାଟ ବାହିନୀର ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ ୨ୟ ଇନିଂସରେ ବୁମରା, ଅଶ୍ୱିନୀ ଓ ମହମ୍ମଦ ସାମି ୩ଟି ଲେଖାଏଁ ଓିକେଟ ହାସଲ କରିପାରିଛନ୍ତି । ଇଶାନ୍ତ ଶର୍ମାଙ୍କୁ ଗୋଟିଏ ୱିକେଟ ମିଳିଛି ।

ଭାରତ
୧ମ ଇନିଂସ – ୨୫୦, ୨ୟ ଇନିଂସ – ୩୦୭

ଅଷ୍ଟ୍ରେଲିଆ
୧ମ ଇନିଂସ – ୨୩୫, ୨ୟ ଇନିଂସ ୨୯୧

ଏହି ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଛନ୍ତି । ଏହି ଟେଷ୍ଟ ସିରିଜର ୨ୟ ଟେଷ୍ଟ ମ୍ୟାଚ ଆସନ୍ତା ୧୪ ତାରିଖରେ ପର୍ଥ ଠାରେ ଖେଳାଯିବ ।

Leave A Reply

Your email address will not be published.