Latest Odisha News

BREAKING NEWS

ତାଲିବାନକୁ ଚେତାବନୀ ଦେଲା ଅଷ୍ଟ୍ରେଲିଆ କ୍ରିକେଟ

ସିଡନୀ: ଆଫଗାନିସ୍ତାନରେ ସରକାର ଗଠନ କରିବା ସତ୍ୱେ ତାଲିବାନ ପ୍ରତି ବିଶ୍ୱ ସମୁଦାୟର ବିଶ୍ୱାସ ଉପୁଜି ପାରି ନାହିଁ । ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟ ଆଜି ତାଲିବାନ ସରକାରକୁ ପରୋକ୍ଷରେ ଚେତାଇ ଦେଇଛି । ଯଦି ତାଲିବାନ ମହିଳାମାନଙ୍କୁ କ୍ରିକେଟ ଖେଳିବା ଉପରେ ରୋକ ଲଗାଇବ ତାହାହେଲେ ଆମେ ପୁରୁଷ କ୍ରିକେଟରଙ୍କ ସହ ମ୍ୟାଚ ଖେଳିବୁ ନାହିଁ ବୋଲି ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ କୁହାଯାଇଛି ।

ନଭେମ୍ବରରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବା କାର୍ଯ୍ୟକ୍ରମ ରହିଛି । ତାଲିବାନ କଲଚର କମିଶନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ଖେଳରେ ମହିଳାଙ୍କ ମୁହଁ ଏବଂ ଶରୀର ଢ଼ାଙ୍କି ହୋଇ ରହପାରିବନି ସେଥିରେ ସେମାନେ ଖେଳିପାରିବେ ନାହିଁ ।

Leave A Reply

Your email address will not be published.