Latest Odisha News

BREAKING NEWS

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର କ୍ଷଣ: ହେଡଙ୍କ ସ୍ମରଣୀୟ ଶତକ,ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱ ଚାମ୍ପିୟନ

ଅହମ୍ମଦାବାଦ: ଟ୍ରେଭିସ ହେଡଙ୍କ ଚମତ୍କାର ଶତକ ବଳରେ ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣରେ ଚାମ୍ପିୟନ ହୋଇଛି । ଏଥିସହ ଅଷ୍ଟ୍ରେଲିଆ ଟିମ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଛି । ଅପରପକ୍ଷରେ ୨୦୧୧ ପରେ ଚାମ୍ପିୟନ ହେବା ଲକ୍ଷ୍ୟରେ ଥିବା ଭାରତ ନିରାଶ ହୋଇଛି । ୨୦୦୩ ଫାଇନାଲର ମଧୂର ପ୍ରତିଶୋଧ ନେବାରେ ମଧ୍ୟ ଟିମ ବିଫଳ ହୋଇଛି । ୨୪୧ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ୪ଟି ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ୪୭ ରନରେ ଭାରତୀୟ ବୋଲର ୩ଟି ୱିକେଟ ଅକ୍ତିଆର କରି ମ୍ୟାଚରେ ରୋମାଂଚ ଭରିଥିଲେ । ମାତ୍ର ହେଡ ଓ ମାର୍ନସ ଲାବୁଶେନ ୪ର୍ଥ ୱିକେଟରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ହେଡ ୧୩୭ ରନ କରି ଆଉଟ ହୋଇଥିବା ବେଳେ ଲାବୁଶେନ ୫୮ ଓ ଗ୍ଳେନ ମ୍ୟାକ୍ସୱେଲ ୨ ରନ କରି ଅପରାଜିତ ରହିଥିଲେ । ଯଶପ୍ରୀତ ବୁମରାହ ୨ଟି ଏବଂ ମହମ୍ମଦ ସାମୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା । ଟିମ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୬୬ ଏବଂ ବିରାଟ କୋହଲି ୫୪ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୭ ରନର ଇନିଂସ ଖେଳିଥିଲେ । ଠିକଣା ସମୟରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ବଡ ସ୍କୋର କରିପାରି ନ ଥିଲା । ଭାରତ ତୃତୀୟ ଏବଂ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋଶ ହାଜେଲଉଡ ଓ ପ୍ୟାଟ କମିନ୍ସ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ ।

ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । କୁମିନ୍ସଙ୍କ ନେତୃତ୍ୱ ଏବଂ ଅଷ୍ଟ୍ରେଲିଆ ବୋଲର ଓ ଫିଲ୍ଡରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ରୋହିତ ଆଉଟ ହେବା ପରେ ଭାରତୀୟ ଟିମରେ ଚାପରେ ପଡି ଯାଇଥିଲା । କୋହଲି ଓ ରାହୁଲ ଇନିଂସ ସମ୍ଭାଳି ନେଇଥିଲେ ମଧ୍ୟ ବଡ ସ୍କୋର କରିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ । ଯାହାକି ଭାରତକୁ ଅସୁବିଧାରେ ପକାଇଥିଲା ।

Leave A Reply

Your email address will not be published.