Latest Odisha News

BREAKING NEWS

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍ : ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ କଳାକାର ଅହମ୍ମଦାବାଦରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଚିୟର କରିିଥିଲେ । ଶାହାରୁଖ ଖାନ ମଧ୍ୟ ତାଙ୍କ ପରିବାର ସହିତ ଟିମ ଇଣ୍ଡିଆକୁ ସମର୍ଥନ କରିବାକୁ ଆସିଥିଲେ । ଏବେ କିଙ୍ଗ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ପ୍ରଶଂସକମାନେ ଶାହାରୁଖଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଶାହାରୁଖ ଖାନ ଗାୟିକା ଆଶା ଭୋସଲେଙ୍କ ସହ ଷ୍ଟାଡିୟମରେ ବସିଥିବାର ନଜର ଆସିଥିଲେ । ଅଭିନେତା ଗାୟକଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି, ଯେଉଁଥିରେ ସେ ତାଙ୍କ ଅଇଁଠା କପ ଉଠାଇଥିଲେ । ଏହା ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଜଣେ ଯୁଜର୍ସ ଲେଖିଛନ୍ତି,ଗୋଟିଏ ମାତ୍ର ହୃଦୟ ଆଉ କେତେଥର ଜିତିବ । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ଏହା ହିଁ ଆଜି ଏହି ସ୍ଥାନରେ ପହଞ୍ଚାଇଛି ।

Leave A Reply

Your email address will not be published.