ଦୁବାଇ: ଟି୨୦ ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ କରିଥିଲା । ଅଧିନାୟକ କିରନ ପୋଲାର୍ଡ ଦଳ ପକ୍ଷରୁ ସର୍ବାଧିକ ୪୪ ରନ କରିଥିଲେ । ଜୋଶ ହାଜେଲଉଡ ୪ଟି ଉଇକେଟ ଅକ୍ତିଆର କରିଥିଲେ ।
ଜବାବରେ ୧୬.୨ ଓଭରରେ ଅଷ୍ଟ୍ରେଲିଆ ୨ଟି ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମିଚେଲ ମାର୍ଶ ୫୩, ଡେଭିଡ ୱାର୍ଣ୍ଣର ୮୯ ରନର ଇନିଂସ ଖେଳିଥିଲେ । ୱେଷ୍ଟଇଣ୍ଡିଜ ପୂର୍ବରୁ ଟୁର୍ଣ୍ଣାମେଂଟରୁ ବିଦାୟ ନେଇସାରିଛି । କ୍ରିସ ଗେଲ ଏବଂ ଡ୍ୱେନ ବ୍ରାଭୋଙ୍କ ଏହା କ୍ୟାରିୟରର ଶେଷ ମ୍ୟାଚ ଥିଲା ।
Comments are closed.