Latest Odisha News

ଅଧିନାୟକ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଛନ୍ତି ଜଣେ କୁନି ଅତିଥି । କମିନ୍ସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ବେକି କମିନ୍ସ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଦମ୍ପତି  କୁନି ଅତିଥିର ନାମ ଏଡି ରଖିଛନ୍ତି ।

ପ୍ୟାଟ୍ କମିନ୍ସଙ୍କ ପତ୍ନୀ ବେକି କମିନ୍ସ ଇନଷ୍ଟାଗ୍ରାମରେ ତାଙ୍କ ନବଜାତ ଝିଅକୁ କୋଳରେ ଧରିଥିବା ଏକ ଫଟୋ ସେୟାର କହିଛନ୍ତି ଓ ଲେଖିଛନ୍ତି ‘ ଆମର ସୁନ୍ଦର ଝିଅ ଏଡି ଆସିଯାଇଛି । ଆମେ ଏହି ସମୟରେ କେତେ ଖୁସି ଏବଂ ପ୍ରେମରେ ପରିପୂର୍ଣ୍ଣ ଶବ୍ଦରେ ପ୍ରକାଶ କରିପାରିବୁ ନାହିଁ ।

https://www.instagram.com/p/DFynvQKz3gH/?utm_source=ig_web_button_share_sheet

ଅଷ୍ଟ୍ରେଲିଆ ଟିମ୍ ଏବେ ଶ୍ରୀଲଙ୍କା ଗସ୍ତରେ ରହିଛି । ହେଲେ ପ୍ୟାଟ୍ କମିନ୍ସ ପାଟରନିଟ୍ ଲିଭରେ ରହିଛନ୍ତି । କ୍ରିକେଟ ସହିତ ନିଜ ପରିବାରକୁ ପ୍ରାଥମିକତା ଦେଇଛନ୍ତି । ପ୍ୟାଟ୍ କମିନ୍ସ ପ୍ରଥମ ପିଲା ଜନ୍ମ ସମୟରେ ପତ୍ନୀଙ୍କ ସହିତ ନଥିଲେ । ତେଣୁ ଏଥର ନିଜ ପତ୍ନୀଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ପରିବାରକୁ ପ୍ରାଥମିକତା ଦେବା ଉପରେ କମିନ୍ସ କହିଥିଲେ, ‘ଯଦି ନିଜ ପରିବାରକୁ ପ୍ରାଥମିକତା ଦେବା ଆବଶ୍ୟକ ରହିଛି, ନିଶ୍ଚୟ ଦେବା କଥା । ଆମେ କ୍ରିକେଟ୍ ଖେଳୁଛୁ,ଏହା ଅର୍ଥ ନୁହେଁ ଆମ ପରିବାରକୁ ସମୟ ଦେବୁ ନାହିଁ ।

ସୂଚନାଥାଉକି, ୨୦୨୩ ବିଶ୍ୱକପ୍ ଚାମ୍ପିଅନ୍ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପିଠିରେ ଆଘାତ ହେତୁ ପାକିସ୍ତାନ ଏବଂ ୟୁଏଇରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଛନ୍ତି ।

Comments are closed.