Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ : ଦିନକରେ ୩୦,୦୦୦ ଦର୍ଶକଙ୍କୁ ଅନୁମତି

ମେଲବୋର୍ଣ୍ଣ: କରୋନା ମହାମରୀ ପରେ ଧିରେ ଧିରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଫେବୃୟାରୀ ୮ରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପାଇଁ ସ୍ଥାନୀୟ ସରକାର କୋହଳ ମନୋଭାବ ଆପଣାଇଛନ୍ତି । ଅଷ୍ଟ୍ରେଲିଆନ ଓପନରେ ଦିନକୁ ୩୦,୦୦୦ ଦର୍ଶକ ଏଥର ମ୍ୟାଚ ଉପଭୋଗ କରିପାରିବେ । ୧୪ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଓଭରାଲ ୩ ଲକ୍ଷ ୯୦ ହଜାର ଦର୍ଶକଙ୍କୁ ମେଲବୋର୍ଣ୍ଣ ପାର୍କରେ ଏଂଟ୍ରି ମିଳିବ ।

ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ୨୪ ଘଂଟା ମଧ୍ୟରେ କୌଣସି କରୋନା କେସ୍ ସାମ୍ନାକୁ ଆସି ନାହିଁ । କମ୍ୟୁନିଷ୍ଟ ସ୍ପ୍ରେଡର କୌଣସି ଖବର ମଧ୍ୟ ସମ୍ମୁଖକୁ ଆସି ନାହିଁ । ଖେଳାଳିମାନଙ୍କୁ ୧୪ ଦିନିକିଆ କ୍ୱାରେଂଟାଇନରେ ରଖାଯାଇଛି । ଦିନକୁ ୪ ଘଂଟା ଅଭ୍ୟାସ ପାଇଁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.