Latest Odisha News

ରାଜ୍ୟରୁ ଆଜି ୧୦୮ କରୋନା ପଜିଟିଭ୍, ଏସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କାୟା । ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ରେସ୍ ରହିଛି ୪୫ଟି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ହୋଇଛନ୍ତି । ଏହି ସମୟରେ ସମ୍ୱଲପୁର ଓ ବାଲେଶ୍ୱର ଜିଲ୍ଲାରୁ ବାହାରିଛନ୍ତି ଆଉ ୧୦ ଜଣ ଲେଖାଏଁ ପଜିଟିଭ୍ । ବାକି ୧୭ ଜିଲ୍ଲାରୁ ୧୦ରୁ କମ୍ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୪ହଜାର ୯୫୮କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୧ହଜାର ୮୨୪ ସଂକ୍ରମିତ । ଏବେ ରାଜ୍ୟରେ ୧୧ସହ ୭୫ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.