Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଆୟୋଜନ ନେଇ ସନ୍ଦେହ ବଢ଼ିଲା, ଆଉ ୩ ଖେଳାଳି କରୋନା ସଂକ୍ରମିତ

ମେଲବୋର୍ଣ୍ଣ: କରୋନା ମହାମାରୀ ଯୋଗୁ ପୁନର୍ବାର ଅଷ୍ଟ୍ରେଲିଆନ ଓପନ ଟେନିସ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଟୁର୍ଣ୍ଣାମେଂଟର ୨୨ ଦିନ ପୂର୍ବରୁ ଖେଳାଳି ଓ ଷ୍ଟାଫଙ୍କୁ ସମସ୍ତ କଟକଣା ସହ ୨ଟି ଚାର୍ଟଡ ପ୍ଲେନରେ ଅଣା ଯାଇଥିଲେ ମଧ୍ୟ ୩ଜଣ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଏହା ପରେ ବେଲାରୁଷର ଭିକ୍ଟୋରିଆ ଆଜରେଙ୍କାଙ୍କ ସମେତ ୪୭ ଖେଳାଳିଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।

ଅଷ୍ଟ୍ରେଲିଆନ ଓପନ ଫେବୃୟାରୀ ୮ରୁ ଆରମ୍ଭ ହେବ । ଏଥିରେ ୮୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ୧୬ଜଣ ପୁରୁଷ ଏବଂ ୧୬ଜଣ ମହିଳା ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ । କରୋନା କଟକଣା ମାନିବା ସହ ହୋଟେଲ ବାହାରକୁ ନ ଯିବା ପାଇଁ ଖେଳାଳିମାନଙ୍କୁ କୁହାଯାଇଛି ।

Leave A Reply

Your email address will not be published.