Latest Odisha News

BREAKING NEWS

ତ୍ରିଭଙ୍ଗ, ଏକ ଫିଲ୍ମ ନୁହଁ … ଏହା ଏକ କାନ୍ଦ କାନ୍ଦ ସମ୍ପର୍କର ସ୍ୱର

ଅନ୍ତର୍ୟାମୀ ମିଶ୍ର

ଲାଗୁଛି ଯେମିତି ବିତିଲା , ପିଛିଲା, ଫେରେଇ ଆଣିବାକୁ ଚାହୁଁଥିଲେବି ଫେରି ନ ଅଇଲା ସମୟକୁ କେନ୍ଦରାରେ ଜୀବନ ଦବ କହି କନ୍ଦେଇ ଦେଇଛି… ଯେଉଁ ଲୁହରେ ଜଳଜଳ ହେଇ ଦିଶିଯାଉଛି ତିନି ପିଢିର ଜନ ଜୀବନ ..।। ଏହାକୁ ଆପଣ ଫିଲ୍ମ ନକହି କହିପାରନ୍ତି କଅଁଳୁଥିବା ଋତୁର ସବୁଜପଣରୁ ଝଡି ଯାଉଥିବା ପତ୍ରର ଆୟୁ ଯାଏ ଲମ୍ବିଥିବା କେଇ କୋଶ ବାଟ ..।। ଏହି ଫିଲ୍ମରେ ଫିଲ୍ମକୁ ଛାଡି ସବୁକିଛି ଅଛି … ଅଛି ସାହିତ୍ୟ ଆଉ ଓଡିଶୀ ନୃତ୍ୟର ଏକ ଭାବପୂର୍ଣ୍ଣ ବନ୍ଧନ , ଅଛି ସମୟର ଆଢୁଆଳରେ ଲୁଚି ହଜି ଯାଉଥିବା ସମ୍ପର୍କର ସୂକ୍ଷ୍ମପଣ , ଅଛି ପରିବାର ଏବଂ ସମାଜରେ ନାରିଟିଏର ଦୈନନ୍ଦିନ ଜୀବନର କଷଣ।

‘’ ତ୍ରିଭଙ୍ଗ ‘’ ଫିଲ୍ମକୁ ନେଇ ସବୁଠାରୁ ଖୁସିର କଥା ଏହିକିଯେ ଏହି ଫିଲ୍ମରେ ଗୋଟିଏ ପରିବାରର ତିନି ପିଢି ନାରୀଙ୍କର ଚିତ୍ର ଚିତ୍ରାୟିତ କରାଯାଇଛି , ତିନି ପିଢି ନାରୀଙ୍କର ଭାବାବେଗ , ଉଥାନପତନ , ମନର ପାଣିପାଗକୁ ଫିଲ୍ମ ନୁହଁ ବରଂ ଅଙ୍ଗେଲିଭା କାହାଣୀ ପରି ପରସି ଦେଇଛନ୍ତି ଆଉ ଜଣେ ନାରୀ ଯିଏକି ଏହି ଫିଲ୍ମର ନିର୍ଦ୍ଦେଶକ ରେଣୁକା ସାହାଣେ ..।। ଏହି ଫିଲ୍ମର ପ୍ରଯୋଜନାର ଭାର ଅଜୟ ଦେବଗନ ଫିଲ୍ମସ୍ , ବାଣୀଜୟେ ଏସିଆ ଏବଂ ଆଲକେମି ଫିଲ୍ମସ୍ ସମ୍ଭାଳି ଥିବା ବେଳେ , ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ସଞ୍ଜୟ ଚୌଧୁରୀ ..।।

୧୫ ଜାନୁଆରୀରେ ୯୫ ମିନିଟ ଅବଧିର ଏହି ଫିଲ୍ମ ନେଟଫ୍ଲିକ୍ସ୍‌ରେ ମୁକ୍ତିଲାଭ କରିଛି ..।। ହୁଏତ ଏହି ଫିଲ୍ମ ସବୁବର୍ଗର ଦର୍ଶକମାନଙ୍କୁ ଭଲ ଲାଗିନପାରେ, ଅନେକ ଏହାକୁ କହିପାରନ୍ତି ସ୍ଲୋ ସ୍କ୍ରିନ୍ ପ୍ଲେ , କେହି କେହି କହିପାରନ୍ତି ଏହା ଫିଲ୍ମ ନାଁରେ ନାରୀବାଦର ଅଯଥା ନାରା, କେହି କେହି କହିପାରନ୍ତି ମିଡିୟମ ଆଭରେଜ, କେହି କେହି କହିପାରନ୍ତି ଫିଲ୍ମରେ ଫାଇଟ ସହ ରୋମାଂଟିକ୍ ଗୀତ ମଧ୍ୟ ନାହିଁ ତେଣୁ ଏଇଟା କି ଫିଲ୍ମ ..।। ଯଦି ଆପଣ ସେମାନଙ୍କ କଥା ଶୁଣି ସମୟର ଦ୍ୱାହି ଦେଇ ‘’ ତ୍ରିଭଙ୍ଗ ‘’ ଫିଲ୍ମକୁ ଆଡେଇ ଦିଅନ୍ତି ତେବେ ଆପଣ ଚଳନ୍ତି ସମୟର ତିନି ପିଢିର ସମ୍ପର୍କର ସୂକ୍ଷ୍ମପଣକୁ ଅନୁଭବ କରିବାର ସୌଭାଗ୍ୟ ହରେଇ ବସିବେ ..।।

ପ୍ରତ୍ୟକ ଲୋକଙ୍କର ଫିଲ୍ମ ଦେଖିବାକୁ ନେଇ ନିଜ ନିଜର ଭିନ୍ନ ରୁଚି ଥାଏ ତେଣୁ ରୁଚି ଦୃଷ୍ଟିରୁ ଏହି ଫିଲ୍ମ ଦେଖିବାକୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିପାରିବି ନାହିଁ ..।। ହଁ ସେଇମାନଙ୍କୁ ଅନୁରୋଧ କରିହେବ ଯେଉଁମାନେ ଓଡ଼ିଆ ସାହିତ୍ୟରେ ଅଛନ୍ତି ଏବଂ ଓଡ଼ିଶୀ ନୃତ୍ୟକୁ ମନଭରି ଭଲପାଉଛନ୍ତି ..।। ତେବେ ‘’ ତ୍ରିଭଙ୍ଗ ‘’ ଫିଲ୍ମକୁ ନେଇ ଶେଷରେ ଏତିକି କୁହାଯାଇପାରେକି ଏହା ଫିଲ୍ମ ନୁହଁ ଚଳନ୍ତି ସମୟର ଗୋଟିଏ ପରିବାରର ତିନି ପିଢିର ଆତ୍ମକଥା , ଯାହା ଆପଣଙ୍କୁ ଏକ ନିଆରା ଅନୁଭବ ଦେବ ..।।

Leave A Reply

Your email address will not be published.