Latest Odisha News

BREAKING NEWS

ପୁନର୍ବାର ଘୁଂଚିପାରେ ଅଷ୍ଟ୍ରେଲିଆନ ଓପନ ଟେନିସ !

ସିଡନୀ:କରୋନା ମହାମାରୀ ଯୋଗୁ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପୁନର୍ବାର ଘୁଂଚିପାରେ । ଆସନ୍ତା ବର୍ଷ ଜାନୁୟାରୀ ବଦଳରେ ଏହା ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ହୋଇପାରେ । ଟେନିସ ଅଷ୍ଟ୍ରେଲିଆ ଅବଶ୍ୟ ଏହି ଖବରକୁ ଖଣ୍ଡନ କରିଛି । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ଘୁଂଚାଇବା ନେଇ ଆଲୋଚନା ହୋଇ ନାହିଁ । କିପରି ସର୍ତକତାର ସହ ଏହାକୁ ଆୟୋଜନ କରାଯାଇପାରିବ ସେ ନେଇ ବିଚାର ବିମର୍ଷ ଚାଲିଛି ।

୧୮ ଜାନୁୟାରୀରୁ ୩୧ ପର୍ଯ୍ୟନ୍ତ ଏହା ଖେଳାଯିବାର ଅଛି । ମୋଲବୋର୍ଣ୍ଣ ପାର୍କରେ ଏ ନେଇ ୩ଟି କୋର୍ଟ ତିଆରି କରାଯାଇଛି । କରୋନା କଟକଣା ସହ ଏହା ଖେଳାଯିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଟିଏ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.