Latest Odisha News

BREAKING NEWS

ଫେମୋସ୍ କମେଡିଆନ୍ ଭାରତୀ ସିଂହ ଗିରଫ, ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି

କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି । ତାଙ୍କ ସ୍ବାମୀ ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି । ଆଜି ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢାଉ କରିଥିଲା । ଭାରତୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଏନସିବି । ଚଢାଉ ବେଳେ ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହା ପରେ ଭାରତୀ ଓ ହର୍ଷଙ୍କୁ ହଜାର ହେବା ପାଇଁ ସମନ କରାଯାଇଥିଲା । ଦୁଇ ଜଣ ଏନସିବି ଅଫିସରେ ପହଞ୍ଚିବା ପରେ ପଚରାଉଚରା କରାଯାଇଥିଲା । ଦିନ ୩ଟା ପରଠାରୁ ପଚରାଉଚରା ପରେ ଭାରତୀଙ୍କୁ ଗିରଫ କରାଯାଇଥିବା ଏନସିବି ପକ୍ଷରୁ କୁହାଯାଇଛି ।

ଗତକାଲି ଜଣେ ଟ୍ରଗ୍ସ ପେଡଲରକୁ ଗିରଫ କରିଥିଲା ଏନସିବି । ଏହା ପରେ ଆଜି ଏନସିବି ଭାରତୀ ଓ ହର୍ଷ ଲିମ୍ବାଚିଆ ରହୁଥିବା ଘରେ ରେଡ କରିଥିଲା । ଏନସିବି ଅଫିସରେ ଭାରତୀ ଓ ହର୍ଷଙ୍କୁ ଅଲଗା ଅଲଗା ପଚରାଉଚରା କରାଯାଇଛି । ପଚରାଉଚରା ବେଳେ ଭାରତୀ ଗଞ୍ଜେଇ ନେଉଥିବା କଥା ସ୍ବୀକାର କରିଥିବା ଜଣାପଡିଛି । ଭାରତୀ ଓ ହର୍ଷ ଦୁଇ ଜଣ ମିଶି ଗଞ୍ଜେଇ ନେଉଥିବା ସ୍ବୀକାର କରିଛନ୍ତି । ଚଢଉ ବେଳେ ଲାପଟପ୍, ମୋବାଇଲ ଓ ଟ୍ୟାବଲେଟ୍ ଜବତ କରାଯାଇଥିଲା । ଗିରଫ ପରେ ଭାରତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯିବ ।

Leave A Reply

Your email address will not be published.