Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ : ଅଷ୍ଟ୍ରେଲିଆ ସମ୍ମୁଖରେ ୧୧୯ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଆବୁଧାବି: ଟି୨୦ ବିଶ୍ୱକପର ସୁପର ୧୨ ମୁକାବିଲାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଆଡେନ ମାର୍କମଙ୍କ ୪୦ ରନର ଇନିଂସ ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ ଓ ଆଡାମ ଜାମ୍ପା ୨ଟି ଲେଖାଁଏ ଏବଂ ଗ୍ଲେନ ମ୍ୟାକ୍ସୱେଲ ଓ ପ୍ୟାଟ କୁମିନ୍ସ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଂଚ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.