Latest Odisha News

ଭାରତ ଫେରନ୍ତାଙ୍କ ଉପରେ ବ୍ୟାନ୍ ଲଗାଇଲା ଅଷ୍ଟ୍ରେଲିଆ, ଉଲ୍ଲଂଘନ କଲେ ଜେଲ୍ ଓ ଜରିମାନା

ସିଡନୀ: ଭାରତରେ କରୋନା ସଂକ୍ରମଣ ବ୍ୟାପୁଛି । ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏପରିକି ନିୟମ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ । ୫ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ଏଥିସହ ଜରିମାନା ବି ଦେବାକୁ ହେବ । ସାମୟିକ ସମୟ ପାଇଁ ଏହି କଟକଣା ଜାରି କରିଛନ୍ତି ଅଷ୍ଟ୍ରେଲିଆ ସରକାର ।

ଭାରତରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଥିବାରୁ ଭାରତୀୟ ପର୍ୟ୍ୟଟକ ଓ ସେଠାରେ ରହୁଥିବା ଅଷ୍ଟ୍ରେଲୀୟ ନାଗରିକ ଏବେ ଅଷ୍ଟ୍ରେଲିଆ ଫେରିବାକୁ ଚାହୁଁଛନ୍ତି । ଏଭଲି ସ୍ଥିତିରେ କଠୋର ପଦକ୍ଷେପ ନେଇଛନ୍ତି ସରକାର । ଆସନ୍ତା ୩ତାରିଖରୁ ଏହି ନିମୟ ଲାଗୁ ହେବ । ଗତକାଲି ଭାରତରୁ ସବୁ ବିମାନସେବାକୁ ମେ ୧୫ ଯାଏ ବାତିଲ କରିଥିଲା ଅଷ୍ଟ୍ରେଲିଆ ।

ନୂଆ ପ୍ରତିବନ୍ଧକ ଅନୁସାରେ, ଅଷ୍ଟ୍ରେଲିଆର ବହୁ ନାଗରିକ ଓ କ୍ରିକେଟ ଖେଳାଳି ଏବେ ଭାରତରେ ରହିବାକୁ ବାଧ୍ୟ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ନେଦରଲ୍ୟାଣ୍ଡ, କାନାଡା, ବ୍ରିଟେନ୍, ସାଉଦି ଆରବ, ଓମାନ୍, ଜର୍ମାନୀ, ହଂକଂ, ସିଙ୍ଗାପୁର, ଇରାନ ଭଳି ଗୋଟିଏ ଡର୍ଜନରୁ ଅଧିକ ଦେଶ ଭାରତରୁ ଓ ଭାରତକୁ ବିମାନ ଉଡ଼ାଣକୁ ରଦ୍ଦ କରିଛନ୍ତି ।

Leave A Reply

Your email address will not be published.