Latest Odisha News

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ

ଭାରୁଚ: ଗୁଜୁରାଟର ଭାରୁଚର ଏକ ଡାକ୍ତରଖାନାରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଚାରି ମହଲା ବିଶିଷ୍ଟ ୱେଲଫେୟାର ହସ୍ପିଟାଲରେ ପ୍ରାୟ ୫୦ ଜଣ ରୋଗୀ ଥିବା ବେଳେ ରାତି ୧ଟାରେ କୋଭିଡ ୱାର୍ଡରେ ନିଆଁ ଲାଗିଥିଲା। ସୌଭାଗ୍ୟବଶତଃ ସେମାନଙ୍କୁ କିଛି ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିବା ଜଣାପଡିଛି।

ପୋଲିସର ସୂଚନା ଅନୁଯାୟୀ, ପ୍ରାୟ ସକାଳ ୬ଟା ୩୦ମି. ବେଳକୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଥିଲା।

Comments are closed.