Latest Odisha News

BREAKING NEWS

ମଦ୍ୟପାନ ଓ ସିଗାରେଟ୍ ବିନା ଜୀବନରେ ମଜା ନାହିଁ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବର୍ଣ୍ଣବୀ ଜୋଏସ୍ ମଦ୍ୟପାନ ଏବଂ ସିଗାରେଟକୁ ନେଇ ମନକଥା ବଖାଣିଛନ୍ତି। ସେ କହିଛନ୍ତି ଯେ ମଦ୍ୟପାନ ଏବଂ ସିଗାରେଟ୍ ଛାଡିବା ପରେ ଜୀବନ ପ୍ରତି ତାଙ୍କର ବିରକ୍ତିଭାବ ଆସିଯାଇଛି। ତେବେ ନିକଟର‌େ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ​​ଯେଉଁଥିରେ ସେ ନିଶାସକ୍ତ ଅବସ୍ଥାରେ ଫୁଟପାଥରେ ପଡ଼ିଥିଲେ। ଯାହା‌ପରେ ସ‌େ ମଦ୍ୟପାନ ଏବଂ ସିଗାରେଟରୁ ଦୂରେଇ ଯାଇଥିଲେ।

ଏକ ସାକ୍ଷାତକାରରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ପାର୍ଟିରେ ଲୋକଙ୍କ ନିରର୍ଥକ କଥା ଶୁଣିବାକୁ ପଡୁଛି। ଏହି କାରଣରୁ ତାଙ୍କ ଜୀବନ ଅତ୍ୟନ୍ତ ବିରକ୍ତିକର ହୋଇପଡିଛି। ବର୍ତ୍ତମାନ ମୁଁ ପାର୍ଟିରେ ଯୋଗଦେଉଛି କିନ୍ତୁ ଚୁପ୍ ରହ‌େ। ଯେତେବେଳେ ମୋତେ ଅପମାନିତ କରାଗଲା, ମୁଁ ମଦ୍ୟପାନ ଏବଂ ସିଗାରେଟ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲି।

ଜୋଏସ୍ ବର୍ତ୍ତମାନ କନଜରଭେଟିଭ୍ ପାର୍ଟିର ସାଂସଦ। ଜୋଏସ୍ ସବୁବେଳେ‌େ ନିଜର ବୋଲ୍ଡ ଏବଂ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ବେଶ ଜଣାଶୁଣା। ଖାସ୍ କଥା ହେଉଛି ଏହି ରାଜନେତା ଜଣକ ନିଜ ମନ୍ତବ୍ୟ ପାଇଁ ସବୁବେଳେ ବିବାଦ ଘେରରେ ରହିଥାନ୍ତି।

Leave A Reply

Your email address will not be published.