Latest Odisha News

BREAKING NEWS

ଆଜି ଦିଲ୍ଲୀରେ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି । ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆଜି ଆମେରିକାରୁ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଆସିବା ପରେ ଅନ୍ତିମ ସଂସ୍କାର କରାଯିବାର ସୂଚନା ରହିଛି  । ଗତକାଲି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗୀତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଶେଷ ଦର୍ଶନ କରିଛନ୍ତି ।

BjdElectrycity

ଗୀତା ମେହେଟ୍ଟା ୧୯୪୩ ମସିହାରେ ନୂଆଦିଲ୍ଲୀରେ ସେ ଜନ୍ମଗ୍ରହଣ କରିଥିଲେ  । ସେ ହେଉଛନ୍ତି ପୂବର୍ତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କର କନ୍ୟା । ଗତ କିଛି ଦିନ ହେଲା ଗୀତାଙ୍କ ଦେହ ଅସୁସ୍ଥ ରହୁଥିବାବେଳେ ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି  । ଗୀତା ଏକାଧାରାରେ ଥିଲେ ଜଣେ ଲେଖିକା, ସାମ୍ବାଦିକା ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ।  ବ୍ରିଟେନର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ  । ଆମେରିକାର ଖ୍ୟାତି ସମ୍ପର୍ଣ୍ଣ ପ୍ରକାଶକ ସ୍ବର୍ଗତଃ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ  ।

ତାଙ୍କ ଲିଖିତ ପୁସ୍ତକ ଗୁଡିକ ମଧ୍ୟରେ ରହିଛି କର୍ମ କୋଲା, ସ୍ନେକ ଆଣ୍ଡ ଲଡ୍ଡର, ଏ ରିଭର ସୂତ୍ର, ରାଜ ଏଣ୍ଡ ଦ ଏଟରନାଲ ଗଣେଶ  । ସେପଟେ ଗୀତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଶୋକବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.