Latest Odisha News

BREAKING NEWS

ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଜୟପୁର: ଜୟପୁର ସଙ୍ଗମ୍ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଅମଲା ସଂଘ ସଭାପତି ଶଶୀଭୂଷଣ ଦାଶଙ୍କ ସଭାପତିତ୍ବରେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦେଇଥିଲେ ।

ଅମଲା ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନେଇ ସରକାର ବିଳମ୍ବ କରୁଛନ୍ତି  । ତେଣୁ ଯଦି  ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସରକାର ଅମଲା ମାନଙ୍କ ଦାବି ପୂରଣ ନ କରନ୍ତି , ତେବେ ପୁଣି ଥରେ ସଂଘ  ସମଗ୍ର ଓଡ଼ିଶାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଓଡ଼ିଶା ଅମଲା ସଂଘ ସଭାପତି  ।

Leave A Reply

Your email address will not be published.