Latest Odisha News

BREAKING NEWS

ରାଜ୍ୟରେ ଅକ୍ଟୋବର ୩୧ରୁ ଭାରତ ଯୋଡୋ ଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା। ଏଥିପାଇଁ ଆଜି ପୋଷ୍ଟର ରିଲିଜ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ସ୍ଥିତ ଆଇଜି ପାର୍କରୁ ଆରମ୍ଭ ହେବ ଏହି ଭାରତ ଯୋଡୋ…

୨୦୨୪ ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା!

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ତଥା ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି, ୨୦୨୪ ମସିହା ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ…

ଆସିଲା ଶୀତ, ରାଜ୍ୟର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଗଲା ପରେ ଶୀତ ଆସିଛି। ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବା ସହ ଶୀତ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି।…

ବର୍ଷର ଶେଷ ଚନ୍ଦ୍ରଗ୍ରହଣରେ ବିରିଆନି ଖାଇବେ କହିଲେ ହେତୁବାଦୀ, ବର୍ଷିଲେ ଶଙ୍କରାଚାର୍ଯ୍ୟ

ପୁରୀ: ସୂର୍ଯ୍ୟପରାଗ ସମୟରେ ପାକ ନିଷିଦ୍ଧ। ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ହେତୁବାଦୀ କିନ୍ତୁ ଏପରି ନୀତିକୁ ବିରୋଧ କରି ସୂର୍ଯ୍ୟପରାଗ ସମୟରେ ଚିକେନ୍ ବିରିଆନି ଖାଇବାକୁ ଆମନ୍ତ୍ରଣ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପୁରୀ…

ହବିଷ୍ଯାଳି ଗାଇଲେ ‘ନବୀନ ଭଜନ’, ବିରୋଧୀ କହିଲେ ଭୋଟ୍ ରାଜନୀତି

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ହବିଷ୍ୟାଳି ଗାଇଥିବା ଭଜନକୁ ନେଇ ବିବାଦ ତେଜିଛି। ଏପରି କରି ଆଧ୍ୟାତ୍ମିକ ପରିବେଶରେ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରୟାସ ହୋଇଛି ବୋଲି ମତ ପ୍ରକାଶ ପାଇଛି। ଯାହାକୁ ନେଇ ବିରୋଧୀ ଶାସକ ଦଳ ଉପରେ ବର୍ଷିଛି। ସେପଟେ ଏହି…

ଅଶ୍ଳୀଳ ଭିଡିଓ ମୋବାଇଲରୁ ଡିଲିଟ୍ କରିଦେବା ଉଚିତ୍, କାହିଁକି ଏପରି କହିଲେ ପୋପ୍?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାଟିକାନ୍ ସିଟିର କ୍ୟାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମପ୍ରଚାରକ ପୋପ୍ ଫ୍ରାନ୍ସିସ୍ ଲୋକମାନଙ୍କୁ ଅନଲାଇନରେ ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନନ୍ ଓ ପାଦ୍ରୀମାନେ ମଧ୍ୟ ମୋବାଇଲରେ ପର୍ଣ୍ଣ ଦେଖନ୍ତି।…

ମିଲ୍ ବଦଳରେ ଫଳ: ଅସନ୍ତୋଷ ପ୍ରକାଶ କଲା ଟିମ୍ ଇଣ୍ଡିଆ, ଜବାବ ରଖିଲା ଆଇସିସି

ସିଡନୀ: ଟି -୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ପାଇଁ ସିଡନୀରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ନେଟରେ ଅଭ୍ୟାସ କରି ଫେରିବା ପରେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଥଣ୍ଡା ଏବଂ ଅଧା ଖାଦ୍ୟ ପରସା ଯାଇଥିଲା। କିଛି ଖେଳାଳି ଫଳ ଖାଇଥିଲେ ଆଉ କିଛି ମିଲ୍ ଆବଶ୍ୟକତା କରି ହୋଟେଲେ ଯାଇ ଖାଇଥିଲେ। ଏହାକୁ ନେଇ…

ବୋହୂକୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ

ଭୁବନେଶ୍ୱର: ବୋହୂକୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ। ସୋମବାର ରାତିରେ ଭୁବନେଶ୍ୱରର କଳିଙ୍ଗ ବିହାର-9ରେ ଜଣେ ବୋହୂ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଝିଅର ବାପ ଘର ଲୋକେ ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ପରେ ବୁଧବାର ବୋହୂର ଶାଶୂକୁ ପୋଲିସକୁ…

ଏଟି ଚିଟଫଣ୍ଡ ଠକେଇ ମାମଲାରେ ବଢ଼ିଲା ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଅଡୁଆ

କଟକ: ଅର୍ଥତତ୍ବ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ଆବେଦନ ଖାରଜ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରାନଯାଉ ବୋଲି ଆବେଦନ କରିଥିଲେ। ହେଲେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ…

ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଗିରଫ

କଟକ: ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ନକଲି ବ୍ଲଡ ପ୍ରେସର ଔଷଧ ବିକ୍ରି ଘଟଣାରେ କମିଶନରେଟ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିବା ପରେ ଏହି ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି। କଟକ ନୟାସଡ଼କ ଓ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟ ଶିବ…