Latest Odisha News

BREAKING NEWS

ଯୌତୁକ ନିର୍ଯାତନା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ହାଇକୋର୍ଟଙ୍କ ୧୦ ଲକ୍ଷ ଟଙ୍କାର ଜାମିନ ସର୍ତ୍ତ ଖାରଜ

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାରେ ଜାମିନ ପାଇଁ ଝାଡଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶର ସର୍ତ୍ତକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଯେଉଁଥିରେ ସ୍ୱାମୀ ଜଣଙ୍କୁ ଜାମିନ ପ୍ରଦାନ କରିବା ବେଳେ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ୨୦୨୧ ମାର୍ଚ୍ଚ ୪ ଏବଂ ୫ରେ ହାଇକୋର୍ଟ ଏପରି ଏକ ରାୟ ଦେଇଥିଲେ।

ଜଷ୍ଟିସ ଅଜୟ ରାସ୍ତୋଗୀ ଏବଂ ଜଷ୍ଟିସ ସିଟି ରବି କୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ ଆବେଦନକାରୀ (ସ୍ୱାମୀ) କୁ ଜାମିନ ପାଇବା ପାଇଁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଜମା କରିବାକୁ କହିଥିଲେ ହାଇକୋର୍ଟ। ହେଲେ ଏପରି ସର୍ତ୍ତର କୌଣସି ଯଥାର୍ଥତା ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ମାମଲା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିବାଦ। ହିନ୍ଦୁ ରୀତିନୀତି ଅନୁଯାୟୀ ସେମାନଙ୍କ ବିବାହ ୧୧ ଜୁନ୍ ୨୦୧୫ ରେ ହୋଇଥିଲା। କିନ୍ତୁ ପରେ ମତଭେଦ ହେତୁ ସ୍ୱାମୀ ବିବାହକୁ ରଦ୍ଦ କରିବାକୁ ୮ ଜୁଲାଇ ୨୦୧୬ରେ ଆବେଦନ କରିଥିଲେ।

ପତ୍ନୀ ୨୭ ଜୁଲାଇ ୨୦୧୭ରେ ବିଚାରପତିଙ୍କ ଆଗରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ୨୨ ଫେବୃଆରୀ ୨୦୧୮ ରେ ଆଇପିସି ଏବଂ ଯୌତୁକ ନିର୍ଯାତନା ଆଇନ ଅନୁଯାୟୀ ଏକ ଏଫଆଇଆର ରୁଜୁ ହୋଇଥିଲା।

ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମିନ ଆବେଦନ ଅନୁଯାୟୀ ଆବେଦନକାରୀ ତାଙ୍କ ପତ୍ନୀଙ୍କ ସହ ବିବାହିତ ଜୀବନ ଆରମ୍ଭ କରିବେ ବୋଲି ଗିରଫ ହେବା ପୂର୍ବରୁ ହାଇକୋର୍ଟକୁ ଆବେଦନ କରି କହିଥିଲେ। ତେଣୁ ଜାମିନ ମାଗିଥିଲେ। ବେଞ୍ଚ କହିଛନ୍ତି ଯେ ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ମତଭେଦ ରହିଛି। ସେତେବେଳେ ଜାମିନ ପାଇଁ ଏପରି ଆବେଦନ କରି ବୈବାହିକ ଜୀବନ ଆଗକୁ ବଢିବା ସମ୍ଭବ ନୁହେଁ। ବେଞ୍ଚ କହିଛନ୍ତି ଯେ ଧାରା ୪୮୨ ଈrPଈ ଅନୁଯାୟୀ ହାଇକୋର୍ଟ ଏହାର କ୍ଷମତା ପ୍ରୟୋଗ କରିଛନ୍ତି ଏବଂ ପତ୍ନୀଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ହିସାବରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆବେଦନକାରୀ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.