Latest Odisha News

BREAKING NEWS

ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ଦେଶର ସାଧାରଣ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର କ୍ରମାଗତ ନବମ ବଜେଟ୍ ଉପସ୍ଥାପନ କରି ଏକ ନୂତନ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି। ସାରା ଦେଶ ଅପକ୍ଷୋ କରିଛି ବଜେଟ୍‌କୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳେ…

ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ୧୦ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କଲେ ସ୍ୱର୍ଗତ ଆଇଏଏସ ସୁବାଷ ପାଣିଙ୍କ ଧର୍ମପତ୍ନୀ। ମାଘ ଏକାଦଶୀ ପୁନ୍ୟ ତିଥୀରେ ଦିବଙ୍ଗତ ସୁବାଷ ପାଣି ପୁରୀ ଜଗନ୍ନାଥ ଶୀମନ୍ଦିରକୁ ୧୦, ୧୧୧୧୧ ଟଙ୍କା ଦାନ କରିଛନ୍ତି। ସ୍ୱର୍ଗତ ସୁବାଷ ପାଣି ଆଇଏଏସ ପ୍ରଶିକ୍ଷଣ ସମୟରେ…

LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ଆଜି ଦେଶର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ମୁଦ୍ରାସ୍ଫୀତିର ଏକ ବଡ଼ ଝଟକା ଆସିଛି। ତୈଳ ବିପଣନ କମ୍ପାନିଗୁଡ଼ିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ୧ ଫେବୃଆରିରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ସହର ସମେତ ସାରା…

ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା

ଅନୁଗୁଳ: ସାତକୋଶିଆର ମହାନଦୀ ଗଣ୍ଡରେ ବଢ଼ିଛି କୁମ୍ଭୀର ସଂଖ୍ୟା। ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଗଣ୍ଡର ଉତ୍ତମ ବାତାବରଣ କୁମ୍ଭୀର ସଂଖ୍ୟା ବଢ଼ିବାର କାରଣ ବୋଲି କୁହାଯାଇଛି। ଚଳିତ ମାସ ୬ ତାରିଖରୁ କୁମ୍ଭୀର ଗଣନା…

Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର

କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଲାଇଥିଲା। ପୋଲିସର…

CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍

ଭୁବନେଶ୍ବର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ…

Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଲଗାତାର ନବମ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ଇତିହାସରେ ଦ୍ୱିତୀୟ ଥର ପାଇଁ ଯେବେ ବଜେଟ୍ ରବିବାର ଉପସ୍ଥାପିତ ହେଉଛି। ଏହି ବଜେଟ୍ ବେତନଭୋଗୀ ବର୍ଗ, ମଧ୍ୟବିତ୍ତ ବର୍ଗ, ମହିଳା ଏବଂ ବ୍ୟବସାୟ…

Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍‌ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ

ଭୁବନେଶ୍ୱର:ଓଡ଼ିଶା ପରବ ୨୦୨୬ ଆସାମର ଗୌହାଟୀରେ ଉଦଘାଟିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଓ ସହଯୋଗୀ ସଂସ୍ଥା ଫିକି ଆନୁକୂଲ୍ୟରେ ଏହି ପରବ ତିନିଦିନ ଧରି ଚାଲିବ । ଏଥିରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ, ହସ୍ତକଳା, ଖାଦ୍ୟ ଓ ପର୍ଯ୍ୟଟନ ଅଭିଜ୍ଞତା ଏବଂ ଓଡ଼ିଶା ଓ ଆସାମ ମଧ୍ୟରେ…

ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ରାଜ୍ୟର ଚାରିଜଣ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଆଜି ସମ୍ମାନିତ କରାଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛା…

ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍

ରାୟଗଡ଼ା:ରାୟଗଡ଼ା ସହର ରାମକୃଷ୍ଣ ନଗର ବାସିନ୍ଦା ତଥା ୪ନମ୍ବର ୱାର୍ଡ଼ କାଉନସିଲର ସୁକାନ୍ତ ପରିଡ଼ାଙ୍କ ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ବର୍ଷକର ଝିଅ ବେକରେ ଛୁରି ଲଗାଇ ମାଆକୁ କାବୁ କରି ଘରୁ ସୁନା ଲୁଟିନେଇଛନ୍ତି । ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାପାଇ…