Latest Odisha News

BREAKING NEWS

ଏକ ଦଶନ୍ଧି ପରେ ଲୋକସଭା ନିର୍ବାଚନକୁ ଓହ୍ଲାଇବେ ଭୂପେଶ ବଘେଲ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରାୟ ଏକ ଦଶନ୍ଧି ପରେ ଲୋକସଭା ନିର୍ବାଚନୀ ରେସକୁ ଫେରିଛନ୍ତି ।  ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ଭୂପେଶ ବଘେଲଙ୍କ ନାଁ ରହିଛି । ବଘେଲ ବିଜେପିର…

ମହିଳା ଡେଲିଭରି ପାର୍ଟନରଙ୍କ ପାଇଁ ଜୋମାଟୋ ଲଞ୍ଚ କଲା ପକେଟ୍ କୁର୍ତ୍ତା

ନୂଆଦିଲ୍ଲୀ: ଜୋମାଟୋ ଡେଲିଭରି ପାର୍ଟନର ଏବେ ନୂଆ ରୂପେରେ ଦେଖିବାକୁ ମିଳିବେ । ମହିଳା ଦିବସ ଅବସରରେ ମହିଳା ଡେଲେଭରି ପାର୍ଟନର ଙ୍କ ପାଇଁ କୁର୍ତ୍ତା ଲଞ୍ଚ କରିଛି । କମ୍ପାନୀ କହିଛି ଯେ, 'ମହିଳା ଡେଲିଭରି ପାର୍ଟନରମାନେ ଓ୍ବେଷ୍ଟର୍ଣ୍ଣ ଷ୍ଟାଇଲ୍ ଜୋମାଟୋ ଟି-ସାର୍ଟକୁ ନେଇ ଅସନ୍ତୋଷ ଥିଲେ ।…

ସୋସିଆଲ ମିଡିଆରେ ଘୁରି ବୁଲୁଛି ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪। ତେଣୁ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଅଛନ୍ତି । ତେବେ ଲୋକସଭା ନିର୍ବାଚନ ତାରିଖ ସମ୍ପର୍କରେ ସୋସିଆଲ ମିଡିଆରେ ଏବେ ତାରିଖ  ଭାଇରାଲ ହେବାରେ ଲାଗିଛି । ଭାଇରାଲ ମେସେଜରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୧୯…

କିଛି ଲାଭ, କିଛି କ୍ଷତି: ବିଜେଡି, ବିଜେପି ‘ମେଣ୍ଟ’ର ଅର୍ଥ ଉଭୟ ଦଳ ପାଇଁ କ’ଣ ହୋଇପାରେ?

ସନ୍ଦୀପ ମିଶ୍ର ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମେଣ୍ଟ କରିବେ ନା କରିବେନି? ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଉଭୟ ଦଳ ନିର୍ବାଚନୀ ମେଣ୍ଟ ଆଡ଼କୁ ଆଗେଇ ଆସୁଥିବାରୁ ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିବା…

୩ ଦିନିଆ ଓଡ଼ିଶା ଗସ୍ତରେ ଆପ୍ ନେତା ସୌରଭ ଭରଦ୍ୱାଜ ଓ ବିରେନ୍ଦର ସିଂ, ଆଶାୟୀ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ଯାଣ୍ଟର ବିଧାୟକ ବୀରେନ୍ଦ୍ର…

ବିଜେପି ସମର୍ଥନରେ ଝାଡ଼ଖଣ୍ଡରୁ ରାଜ୍ୟସଭା ପ୍ରାର୍ଥୀ ହେବେ ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର

ରାଞ୍ଚି: ଝାଡଖଣ୍ଡର ଦୁଇଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଦୁଇ ଜଣ । ଏଥିମଧ୍ୟରୁ ଜଣେ ରହିଛନ୍ତି ଓଡ଼ିଆ । ମୁମ୍ବାଇର ରହୁଥିବା ଏହି ଓଡ଼ିଆ ବ୍ୟବସାୟୀ ହେଉଛନ୍ତି ହରିହର ମହାପାତ୍ର। ସେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ନେଇଛନ୍ତି।…

ନୀତିନ ଗଡକରୀଙ୍କୁ ଉଦ୍ଧବଙ୍କ ଅଫର ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବିଜେପି ଛାଡି ମହା ବିକାଶ ଅଘାଡିରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।…

ବକେୟା ଷ୍ଟାଇପେଣ୍ଡ ଓ ଅନିୟମିତତାକୁ ନେଇ ଭିମସାରର କନିଷ୍ଠ ଡାକ୍ତର ଦେଲେ ଧର୍ମଘଟ ଡାକରା

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରିସର୍ଚ୍ଚ (ଭିମସାର)ର କନିଷ୍ଠ ଡାକ୍ତରମାନେ ଷ୍ଟାଇପେଣ୍ଡ ଓ ଅନ୍ୟାନ୍ୟ ଅନିୟମିତତା ଯୋଗୁଁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ମାର୍ଚ୍ଚ ୧୩ ସୁଦ୍ଧା ଦାବି ପୂରଣ ନହେଲେ ସେମାନେ…

ବିବାଦୀୟ ବୟାନ ପ୍ରତି କାଶ୍ୟପଙ୍କ ଅନୁରାଗ: ରାମ ମନ୍ଦିର ପ୍ରତିଷ୍ଠାକୁ ବିଜ୍ଞାପନ ସହ ତୁଳନା କଲେ

ମୁମ୍ବାଇ: ଅନୁରାଗ କାଶ୍ୟପ ଫିଲ୍ମ ବ୍ୟତୀତ ସର୍ବଦା ତାଙ୍କ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଏକ ବିଜ୍ଞାପନ ସହ ତୁଳନା କରି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ବେଶ…

ନିର୍ବାଚନୀ ବଣ୍ଡ: ଏସବିଆଇ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନା ମିଳିବ ମହଲତ?

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖରେ ହେବ। ଗତ ସପ୍ତାହରେ ଏସବିଆଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ରାଜନୈତିକ ଦଳମାନଙ୍କ ଦ୍ୱାରା ନଗଦ ହୋଇଥିବା ପ୍ରତ୍ୟେକ ନିର୍ବାଚନୀ ବଣ୍ଡର (ଇଲେକ୍ଟୋରାଲ ବଣ୍ଡ) ବିବରଣୀ…