Latest Odisha News

ଶିବ ଦର୍ଶନ ହେଲା ଶେଷ ଦର୍ଶନ, ପାହାଡରୁ ଖସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରାୟଗଡା: ଦେବଦେବ ମହାଦେବ ଶିବ ଶଙ୍କରଙ୍କ ମହାଜାଗର ଉପଲକ୍ଷେ ଚଳଚଞ୍ଚଳ ରାୟଗଡା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ରେ ଜିଲ୍ଲା ବ୍ୟାପି ଶିବମନ୍ଦିର ମାନଙ୍କରେ ଭକ୍ତ ଙ୍କ ପ୍ରବଳ ସମାଗମ ହେଉଛି । ତେବେ ଏହାଭିତରେ ଏକ ଅଘଟଣ ଘଟିଛି । କଲ୍ୟାଣସିଂହପୁର ବ୍ଲକ…

ଅଫିମ ଚାଲାଣ ବେଳେ ଦୁଇ ଗିରଫ, ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

ଭୁବନେଶ୍ବର: ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯) ।…

୩ ଦିନ ପରେ ରାଜ୍ୟରେ ବଢ଼ିବ ତାତି!

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ଯେଉଁଥିପାଇଁ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ବିଶେଷ…

‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ ।…

ଚାରି ଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ: ରତ୍ନଭଣ୍ଡାର ଓ କଳାଧନ ନେଇ କରିବେ ସମୀକ୍ଷୀ

ଭୁବନେଶ୍ବର: ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ୮ ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା କରିବେ।…

ବିଶ୍ବର ଟପ୍ ୩୮ କଫି ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତର ଫିଲ୍ଟର କଫି

ନୂଆଦିଲ୍ଲୀ: କଫି ଏକ ସୁଗନ୍ଧିତ ପାନୀୟ ଯାହା ଏହାର ସୁସ୍ବାଦୁ ତିକ୍ତ ସ୍ୱାଦ ପାଇଁ ବେଶ ପରିଚିତ । ସମଗ୍ର ବିଶ୍ବରେ ଏମିତି ଅନେକ କଫି ପ୍ରେମୀ ରହିଛନ୍ତି, ଯେଉଁମାନଙ୍କ ଦିନର ଆରମ୍ଭ କଫିରୁ ହିଁ ହୋଇଥାଏ । ସକାଳୁ ସକାଳୁ ହେଉ କିମ୍ବା ସନ୍ଧ୍ୟା ସମୟରେ କଫି କପେ ପଡେଗଲେ ସବୁ କଛି ଠିକ୍ ଚାଲିବ…

ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ…

ଦୋକାନରେ ପିଟିହେଲା ଗଞ୍ଜେଇ ଭର୍ତ୍ତି ବୋଲେରୋ

ପାଟଣାଗଡ଼: ପୁଲିସ ପିଛା କରିବାରୁ ଭାରସାମ୍ୟ ହରାଇ ଦୋକାନରେ ପିଟିହେଲା ଗଞ୍ଜେଇ ଭର୍ତ୍ତି ବୋଲେରୋ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଲାଠୋର ଥାନା ଅନ୍ତର୍ଗତ  ଚଚରାଭଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଖପ୍ରାଖୋଲରୁ ରେଙ୍ଗାଲି ରାସ୍ତା…

ସାଢେ ପାଞ୍ଚ ବର୍ଷରେ ଗର୍ଭବତୀ ହୋଇଥିଲା ଏହି ଝିଅଟି, ୩ କିଲୋର ଏକ ଶିଶୁ ପୁତ୍ରକୁ ଦେଇଥିଲେ ଜନ୍ମ

ଭୁବନେଶ୍ଵର: ବୟସ ମାତ୍ର ସାଢେ ୫ବର୍ଷ । ଯେଉଁ ବୟସରେ ଜଣେ ଶିଶୁ ଭଲରେ କଥାବି କହିପାରେନି ସେହି ବୟସରେ ଯଦି ଏକ ଶିଶୁ ଗର୍ଭବତୀ ହୁଏ ତେବେ ସେହି ଶିଶୁ ପାଇଁ ତା’ ଜୀବନ କେତେ ଯେ କଷ୍ଟମୟ ତାହା ଭାବିବା ବି ମୁସ୍କିଲ । ଏବେ ଆପଣ ଭାବୁଥିବେ ଯେ ଆମେ ଏପରି କଣ କହୁଛୁ । ୫ବର୍ଷ ବୟସରେ ଏକ ଶିଶୁ…

ମହାଶିବରାତ୍ରୀରେ ଅଘଟଣ, ଶିବଙ୍କ ବରଯାତ୍ରୀ ସମୟରେ କରେଣ୍ଟ ଲାଗି ୧୪ ଆହତ

ଜୟପୁର: ମହାଶିବରାତ୍ରୀରେ ଘଟିଲା ଅଘଟଣ । ଭଗବାନ ଶିବଙ୍କ ବରଯାତ୍ରୀ ଯାଉଥିବା ସମୟରେ କରେଣ୍ଟ ଲାଗି ୧୪ ଗୁରୁତର ଆହତ । ସମସ୍ତ ଆହତଙ୍କୁ ନିକଟସ୍ଥ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି କୋଟାର କୁନ୍ହାଡି ଥର୍ମାଲ ଛକ ନିକଟରେ । ସୂଚନା ଅନୁସାରେ,…