Latest Odisha News

BREAKING NEWS

‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ । ସାମାଜିକ ଆନ୍ଦୋଳନ ଏହି କାରଣରୁ ଯେ, ଏହା ମହିଳା ସଶକ୍ତିକରଣ ପାଇଁ କାମ କରେ । ବିଜୁ ପଟ୍ଟନାୟକ ଆରମ୍ଭ କରିଥିଲେ ମହିଳା ସଶକ୍ତିକରଣ । ପଞ୍ଚାୟତ ନିର୍ବାଚନରେ ୩୩% ସଂରକ୍ଷଣ ବ୍ୟବସ୍ଥା କଲେ । ମହିଳାଙ୍କୁ ଘରୁ ବାହାରି ସ୍ୱାବଲମ୍ବି ହେବାକୁ ସେ ଏହା କରିଥିଲେ ।

BjdElectrycity

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫୦% ସଂରକ୍ଷଣ ପାଇଁ କେହି ବାଧ୍ୟ୍ୟ କରି ନଥିଲେ । ହେଲେ ମହିଳାଙ୍କୁ ଆହୁରି ସଶକ୍ତ କରିବାକୁ ସେ ଏହି ସଂରକ୍ଷଣ କଲେ । ବିଧାନସଭା ଓ ଲୋକସଭାରେ ୩୩% ସଂରକ୍ଷଣ କଥା ଉଠାଇଥିଲେ ନବୀନ ପଟ୍ଟନାୟକ । ଏହି ବିଳମ୍ବ ହେଲା କାରଣ ଅନେକ ଲୋକ ଚାହିଁଲେନି । ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ୩୩% ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କଲେ ଓ ଜିତାଇବାକୁ କହିଲେ । ଏଥିର ବି ସେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବେ ।

ସେହିପରି ଅନେକ ଲୋକ କହିଲେ ଯେ ୫୦% ସଂରକ୍ଷଣ ତ ମହିଳାଙ୍କ ପାଇଁ ଅଛି ପଂଚାୟତରେ ଆଉ ବଢ଼ାଅ ନାହିଁ । ସେ ମହିଳାଙ୍କୁ ସଶକ୍ତିକରଣ, ରୋଜଗାରକ୍ଷମ, ପିଲାମାନଙ୍କ ଭଲ ପାଠ ପଢ଼ା ପାଇଁ ସେ ୭୦% ମହିଳାଙ୍କୁ ଜିଲ୍ଲା ପରିଷଦ ସଭାନେତ୍ରୀ କରିଛନ୍ତି । ମମତା ଯୋଜନା ଆରମ୍ଭ ହେବାର କାରଣ ବି ଅଛି । ମୁଁ ୨୦୧୨ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଜଣେ ମହିଳା IAS maternity leave ଆବେଦନ କଲେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି । ସେ କହିଲେ ଯଦି ସରକାରୀ ଅଧିକାରୀ ପାଉଛନ୍ତି, ସମସ୍ତେ ପାଇବେ ।

ମମତା ଯୋଜନା ଜରିଆରେ ୫ ହଜାର ଟଙ୍କା ଗର୍ଭବତୀ ମାଆଙ୍କୁ ଦିଆଗଲା । ଯାହା ଏବେ ୧୦ ହଜାର ଟଙ୍କା ହୋଇଛି । ଏହାର ଦେଢ଼ ବର୍ଷ ପରେ ତତ୍କାଳୀନ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କ ନାଁରେ ଏପରି ଗୋଟେ ଯୋଜନା ଆରମ୍ଭ କଲେ । ଅର୍ଥାତ ଓଡ଼ିଶାର ସବୁ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି । ମିଶନ ଶକ୍ତି ମାଆ ମାନଙ୍କୁ ୧୦ ଲକ୍ଷ ଯାଏଁ ବିନା ସୁଧ ଋଣ ମିଳୁଛି । ବ୍ୟାଙ୍କ ବାଡ଼ାବାଡ଼ି ହେଉଛନ୍ତି ସେମାନଙ୍କୁ ଋଣ ଦେବାକୁ ।

ପାସପୋର୍ଟ ଅଫିସରେ ବି ମାଆ ମାନେ ଲମ୍ବା ଲାଇନ ଲଗାଉଛନ୍ତି । କହୁଛନ୍ତି ନବୀନ ପଟ୍ଟନାୟକ ପଠାଇଛନ୍ତି, ପାସପୋର୍ଟ କର । ୮୦୦ ମାଆ ଦୁବାଇ ଓ ସିଙ୍ଗାପୁର ଗଲେଣି, ଆହୁରି ଅଧିକ ଯିବେ । ଏବେ ଯାଏଁ ୧୫ ହଜାର କୋଟି ଋଣ ନେଲେଣି ମାଆମାନେ । ଯାହା ଏବେ ୨୦ ହଜାରରେ ପହଂଚିବ । ତେଣୁ ମୁଖ୍ୟମନ୍ତ୍ରୀ ଯେଉଁ ଦାୟତ୍ତ୍ବ ଦେଇଛନ୍ତି, ତାକୁ ସ୍ୱଚ୍ଛତା ଓ ଭଲ ଭାବେ ନିର୍ବାହ କରନ୍ତୁ ।

ଯେଉଁ ମହିଳା ନିର୍ବାଚନ ଜିତିଛନ୍ତି, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ । ପରାମର୍ଶ ପଛେ ଯାହା ଠାରୁ ନେଇ ପାରିବେ । ହେଲେ ନିଜେ ନିଷ୍ପତ୍ତି ନିଅନ୍ତୁ । ଏପରି ହେଲେ ଓଡ଼ିଶା ସଶକ୍ତ ହେବ । ନୂଆ ଓଡ଼ିଶା ଗଠନ ହେବ ।

Leave A Reply

Your email address will not be published.