Latest Odisha News

BREAKING NEWS

Bali Yatra: ବାଲିଯାତ୍ରାରେ ପରିବହନ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଉଦଘାଟନ; ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ହେଲମେଟ୍

କଟକ: ସଡ଼କ ସୁରକ୍ଷା ସଚେତନତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପରିବହନ ବିଭାଗର ବିଭିନ୍ନ ଲୋକାଭିମୁଖୀ ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ…

କୋମନାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ, ପ୍ରଶ୍ନ ବାଣରେ କଲେ ଘାଇଲା…

ନୂଆପଡା: ଗୁରୁବାର କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ରଖିଲେ ମୋହନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଲଟା ପ୍ରଶ୍ନ କରି ପଚାରିଥିଲେ ଯେ, ବିଜେପୁରରେ କଂଗ୍ରେସ…

ଡବ୍ଲ୍ୟୁପିଏଲ: ଫ୍ରାଂଚାଇଜର ଘୋଷଣା କଲେ ରିଟେନଶନ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଓମେନ୍ସ ପ୍ରିମିୟର ଲିଗ ୨୦୨୬ ପାଇଁ ଗୁରୁବାର ଫ୍ରାଂଚାଇଜରମାନେ ସେମାନଙ୍କ ରିଟେନଶନ ଖେଳାଳି ତାଲିକାଙ୍କ ନାମ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୀପ୍ତି ଶର୍ମା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଲୌରା ଭୋଲଭର୍ଟଙ୍କୁ ସେମାନଙ୍କ…

ମୁଖ୍ୟମନ୍ତ୍ରୀ ଉଦବୋଧନ ବେଳେ, ମଞ୍ଚରେ କାହିଁକି କାନ୍ଦିଲେ ଜୟ ଢୋଲକିଆ?

ନୂଆପଡା: ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସମୟରେ କଇଁ କଇଁ ହୋଇ କାନ୍ଦିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ…

Bali Yatra: ବାଲିଯାତ୍ରାରେ ସବୁଦିନ ଖାଦ୍ୟର ମାନ ଯାଞ୍ଚ୍‌ କରିବେ ୩ଟି ଟିମ୍, ଆସିଛି ଫୁଡ୍‌ ଟେଷ୍ଟିଂ ଗାଡି

କଟକ: ଚଳିତ ବର୍ଷ ବାଲିଯାତ୍ରାରେ ହେବ ଲକ୍ଷାଧିକ ଲୋକଙ୍କ ସମାଗମ । ଏହାକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍‌ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ । ତେବେ ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍‌ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍‌ ଟେଷ୍ଟିଂ ଗାଡି ଆସିଛି ।…

କମଳା ହାସନ, ରଜନୀକାନ୍ତଙ୍କୁ ନେଇ ଫିଲ୍ମ କରିବେ ସୁନ୍ଦର

ଚେନ୍ନାଇ: ଭାରତୀୟ ସିନେମା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଦୁଇ ମହାନାୟକ କମଳା ହାସନ ଓ ରଜନୀକାନ୍ତଙ୍କୁ ଦୀର୍ଘ ଦିନ ପରେ ଦର୍ଶକ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ । ରାଜକମଲ ଫିଲ୍ମସ ଇଂଟରନ୍ୟାଶନାଲ ଓ କମଳା ହାସନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନାମ ଏବେ ଥାଲାଇଭାର…

Forest Officer suspend: ହାତୀ ମୃତ୍ୟୁ ଘଟଣାରେ ୩ ବନ କର୍ମଚାରୀ ନିଲମ୍ବିତ

ମୟୂରଭଞ୍ଜ: ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୩ ବନ କର୍ମଚାରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି । ସୂଚନା ମୁତାବକ, ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ…

ରାସ୍ତାରେ ବସି ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

କଟକ: ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟରେ କ୍ଲାସ୍ ରୁମ୍ ଅସୁରକ୍ଷିତ ଦର୍ଶାଇ ଅଭିନବ ପ୍ରତିବାଦ କଲେ । କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ । ଶ୍ରେଣୀଗୃହ ସମସ୍ୟା ହେତୁ ପ୍ରତିବାଦ କଲେ ଓଡ଼ିଆ…

ରାସ୍ତାକଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିତାମହଲ ଗାଁ ନିକଟ ଜଙ୍ଗଲରୁ ଜଣେ OAPF ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଯବାନ ଜଣକଙ୍କ ପରିଚୟ ଗୌରୀ ତାଡ଼ିଙ୍ଗି ବୋଲି ଜଣାପଡିଛି । ସେ ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି…

ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇଲା ଭାରତ, ସିରିଜରେ ୨-୧ରେ ଅଗ୍ରଣୀ

ଗୋଲ୍ଡ କୋଷ୍ଟ: ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ…