Latest Odisha News

ଓଡିଶା ରାଜ୍ୟ କୃଷି ବିଭାଗରେ କେନ୍ଦ୍ରୀୟ ଅନୁଦାନର ୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା: ପ୍ରଦୀପ

ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା ଘୋଟାଲା ଏକ ଜ୍ୱଳନ୍ତ ଉଦାହରଣ । ରାଷ୍ଟ୍ରୀୟ ବିକାଶ ଯୋଜନା ଅଧିନରେ ଏବଂ ବିଭିନ୍ନ…

ପୂର୍ବତନ ବିଜେଡି ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେପିରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଅନେକ ବିଜେଡ଼ି ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।…

ମୋ ସରକାର ସରକାରୀ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ସମୀକ୍ଷା । କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର…

ଇଂଲିଶ ପ୍ରିମିୟର ଲିଗରେ କରୋନା ବିସ୍ଫୋଟ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଂଟରେ ଦର୍ଶକଙ୍କ ଉପରେ କଟକଣା ନ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ଖେଳାଳି, ସପୋର୍ଟିଂ ଷ୍ଟାଫଙ୍କ ସମେତ ୧୦୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସତ୍ୱେ ଏବେ ବି ଦର୍ଶକଙ୍କ ଏଂଟ୍ରି ଉପରେ କଟକଣା ଲଗାଯାଇ…

ଭୁବନେଶ୍ଵରରେ ଉଦ୍‌ଘାଟିତ ହେଲା ‘ଶିଶିର ସରସ’ ମେଳା

ଉଦଘାଟିତ ହେଲା 'ଶିଶିର ସରସ' ମେଳା । ଓମିକ୍ରନ ଭୟ ଥିବା ସତ୍ୱେ ମଧ୍ୟ କଟକଣା ମଧ୍ୟରେ ଜୀତୀୟ ସ୍ତରୀୟ ଶିଶିର ସରସ ମେଳା ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ।…

ବୋଲିଂ ବେଳେ ବୁମରାହଙ୍କ ପାଦ ମୋଡି ହୋଇଗଲା, ଡାକ୍ତରୀ ରିପୋର୍ଟକୁ ଅପେକ୍ଷା

ସେଂଚୁରିୟାନ: ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ ଅବସରରେ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ମୁଖ୍ୟ ବୋଲର ଯଶପ୍ରୀତ ବୁମରାହ ବୋଲିଂ କଲା ବେଳେ ତାଙ୍କ ପାଦ ମୋଡି ହୋଇଯାଇଛି । ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡିଆ ବାହାରକୁ ନିଆଯାଇଥିଲା । ଶ୍ରେୟାଶ ଆୟାରଙ୍କୁ ବଦଳ…

ଭାରତକୁ ଅପମାନ କରିଥିଲେ ଭନ, ମଧୁର ପ୍ରତିଶୋଧ ନେଲେ ଜାଫର

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଆଜି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଆଶେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ଭନଙ୍କୁ ଟ୍ରୋଲ…

ନିଖୋଜର ୨୩ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ନିଖୋଜର ୨୩ ଦିନ ପରେ ନଦୀରୁ ମିଳିଲା ଶବ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ପୋଲିସର ତଦନ୍ତ ଜାରୀ । ମୃତ ଯୁବକ ହେଲେ ଭଦ୍ରକ ଥାନା ବାଉଦ ପୁର ଗ୍ରାମର ରାଜା ସିଂ । ସେ ଗତ ୨୩ ଦିନ ହେବ ନିଖୋଜ ଥିଲେ…

ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତୋଳନ କରି…

ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: ଜାନୁଆରୀ ୩ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ପୂର୍ବ ଗାଇଡ଼ଲାଇନ ଅନୁଯାୟୀ, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।…