Latest Odisha News

BREAKING NEWS

ବେଙ୍ଗଲର ଏକାଧିକ ସ୍ଥାନରେ ଇଡି ରେଡ୍; ଫସିଲେ ଆରଜି କର ପୂର୍ବତନ ପ୍ରିନ୍ସିପାଲଙ୍କ ସମ୍ପର୍କୀୟ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସିବିଆଇ ଦୁର୍ନୀତି ମାମଲାରେ ସନ୍ଦୀପ ଘୋଷଙ୍କୁ ଗିରଫ କରିସାରିଛି। ବର୍ତ୍ତମାନ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆର୍ଥିକ ଦୁର୍ନୀତି ସହ ଜଡ଼ିତ ମାମଲାର ତଦନ୍ତ…

ସୁଭଦ୍ରା ସଚେତନତା ପାଇଁ ଗଡିବ ରଥ

ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ଦ୍ୱନ୍ଦ୍ଵ କରିବା ପାଇଁ ଏଣିକି ଗଡିବ ସୁଭଦ୍ରା ରଥ। ଏନେଇ ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା…

ମହଙ୍ଗା ପଡ଼ିଲା ଲୋଭ, ସୁଭଦ୍ରା ସହାୟତା ପାଇଁ ଟଙ୍କା ମାଗି ହେଲେ ହଟହଟା 

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଭଦ୍ରା କ୍ରେଜ୍। ସୁଭଦ୍ରା ସହାୟତା ପାଇଁ ଫର୍ମ ଏବଂ ଆବେଦନ ସଂପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏଥିରେ କିଛି ସରକାରୀ କର୍ମଚାରୀ ନିଜର ସ୍ୱାର୍ଥର ରୁଟି ସେକୁଛନ୍ତି। ଆବେଦନକାରୀମାନଙ୍କଠାରୁ ଟଙ୍କା ମାଗୁଛନ୍ତି। ଯାହାକୁ ନେଇ ଏବେ ପୁରା ଆକ୍ସନ ମୋଡରେ ପ୍ରଶାସନ।…

ପୁଲିସ ଏସଆଇଙ୍କ କ୍ୱାର୍ଟର୍ସରୁ ଚୋରି

ଭୁବନେଶ୍ୱର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଏଥର ସାଧାରଣ ଲୋକଙ୍କ ଘରୁ ନୁହେଁ ବରଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୁଲିସ ଏସ୍‌ଆଇଙ୍କ ଘରୁ ହୋଇଛି ଚୋରି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ…

ଭୟାବହ ଅଗ୍ନିକାଣ୍ଡ; ୮ ବଖରା ଘର ଜଳିପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା: ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଆଖି ପିଛୁଳାକେ ସମସ୍ତ ବଖରା…

କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର, ବଢୁଛି ସନ୍ଦେହ

ପୁରୀ: କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର। ଗତକାଲି ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନରଟି ରାତି ଅଧରେ କୂଳରେ ଆସି ଲାଗିଛି। କଣ୍ଟେନରକୁ ଦେଖିବାକୁ ପୁରୀ ପେଣ୍ଠକଟା ନିକଟ ବେଳାଭୂମିରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।…

୯ରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଆସନ୍ତା ୯ ତାରିଖରୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହେବାକୁ ଯାଉଛି। ଭିତରକନିକା ଜାତୀୟ ଉଦ୍ୟାନରେ କେତେ ପ୍ରଜାତୀର ଓ କେତେ ସଂଖ୍ୟାରେ ଦେଶୀୟ ପକ୍ଷୀ ଅଛନ୍ତି ତାହାର ହେବ ଗଣନା। ଆସନ୍ତା ୯ ତାରିଖରୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ୫…

ରେଭେନ୍ସାରେ ମଶାଲ ଶୋଭାଯାତ୍ରା ପ୍ରସଙ୍ଗ: ୩ ବିଜେଡ଼ି ନେତାଙ୍କ ନାଁରେ ମାମଲା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମାଡ଼ଗୋଳ ଘଟଣାରେ ୩ ବିଜେଡ଼ି ନେତାଙ୍କ ନାଁରେ ମାମଲା। ବ୍ୟୋମକେଶ, ଲେଲିନ ଓ ବବି ଖାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି। ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଆଜିଠୁ ମିଳିବ ଡିଜିଯାତ୍ରା ଆପ୍ ସୁବିଧା

ଭୁବନେଶ୍ୱର: ଏଣିକି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସହଜ ହେବ ଯାତ୍ରା। ଆଉ ପାଦେ ଆଗେଇଲା ଭୁବନେଶ୍ୱର ବିମାନବନ୍ଦର। ଯାତ୍ରୀଙ୍କ ସୁବିଧାଜନକ ବିମାନ ଯାତ୍ରା ପାଇଁ ଆଜିଠୁ ମିଳିବ ଡିଜି ଯାତ୍ରା ଆପ୍ ସୁବିଧା। ବିମାନ ବନ୍ଦରକୁ ଆସିଲେ ଚେକଇନ କରିବାକୁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ…

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି। ଭୁବନେଶ୍ୱରରୁ ଏକ…