Latest Odisha News

BREAKING NEWS

ଏଲନ ମସ୍କ କଲେ ବଡ ଘୋଷଣା, ଭେନେଜୁଏଲାକୁ ଦେବେ ମାଗଣା ଇଣ୍ଟରନେଟ୍

ନୂଆଦିଲ୍ଲୀ: ଭେନେଜୁଏଲାର ଲୋକଙ୍କ ସମର୍ଥନରେ ଏଲନ ମସ୍କଙ୍କ ସ୍ପେସଏକ୍ସର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ମାଗଣା ଇଣ୍ଟରନେଟ୍ ଦେବ। ସୂଚନା ଅନୁଯାୟୀ, ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ମାଗଣା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଯୋଗାଇ ଦେବା ନେଇ ଘୋଷଣା କରିଛି ଷ୍ଟାରଲିଙ୍କ।…

ପୋଲିସ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ୨ କୋଠା…

ଭୁବନେଶ୍ୱର: ରବିବାର ଦିନକଟକର CRRI ପୋଲିସ ଷ୍ଟେସନର ଇନସପେକ୍ଟର ଇନଚାର୍ଜ (ଆଇଆଇସି) ବିଜୟ କୁମାର ବାରିକଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ରବିବାର ଦିନ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ରାଜମହଲ ଛକରେ ୪୦୦୦୦ ଟଙ୍କା ଲାଞ୍ଚ…

Somnath temple: ସୋମନାଥ ସ୍ୱାଭିମାନ ପର୍ବ – ୧୦୦୦ ବର୍ଷର ଏକ ଅତୁଟ ଆସ୍ଥା

ନୂଆଦିଲ୍ଲୀ:ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ୱ ବହନ କରେ । ଏହି ମହାନ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ୧୦୦୦ ବର୍ଷ ପୂରଣ ହୋଇଛି । ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆସ୍ଥା ଓ ସଭ୍ୟତାର ଏହି ମହାନ…

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ…

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ୱରିତ ଏବଂ ସମୟୋଚିତ କାର୍ଯ୍ୟକାରିତାରେ ବିଶେଷ ଭାବେ ସହାୟକ ହୋଇଛି । ଏହାର ଏକ ଉଦାହରଣ ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍‌ ଦୋହରୀକରଣ…

ଯାଜପୁରରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ; ବନ୍ଧା ହେଲେ ୩

ଯାଜପୁର: ଯାଜପୁରରେ ଅବକାରୀ ବିଭାଗ ଅଧିକାରୀମାନେ ୫୨ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ବଲ୍ଲଭୀ ଘାଟ ନିକଟରେ ଅବକାରୀ ଅଧିକାରୀମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଅଭିଯୁକ୍ତମାନେ ଏକ…

Pitabas Panda Murder: ଆଇନଜୀବୀ ପୀତବାସ ମର୍ଡର କେସ୍; ୩୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

ବ୍ରହ୍ମପୁର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦନାଥପୁର ପୋଲିସ। ପ୍ରାୟ ୩୦ ହାଜର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ସୂଚନାଥାଉକି,ସ୍ବତନ୍ତ୍ର ଟ୍ରଙ୍କରେ କାଗଜପତ୍ର ନେଇ କୋର୍ଟକୁ ଆସିଥିଲା ପୋଲିସ ।…

ପରିବହନ ବିଭାଗର କଡ଼ା ପଦକ୍ଷେପ; ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ‘ଆମ ବସ୍‌’ ଚଳାଇପାରିବେ ଡ୍ରାଇଭର

ଭୁବନେଶ୍ବର: 'ଆମ ବସ୍‌’ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ। ଏନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯାହା ପରେ ପରିବହନ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଏଣିକି ଡ୍ରାଇଭରଙ୍କର ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ।…

Red Fort Blast: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା; ଆତଙ୍କୀମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ…

ନୂଆଦିଲ୍ଲୀ:ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ କଲାଭଳି ତଥ୍ୟ ପାଇଛନ୍ତି। ଆତଙ୍କବାଦୀମାନେ ଘୋଷ୍ଟ ସିମ୍ କାର୍ଡ ଏବଂ ଏନକ୍ରିପ୍ଟେଡ୍ ମୋବାଇଲ୍ ଆପ୍ ବ୍ୟବହାର କରି ପାକିସ୍ତାନରେ ଥିବା ସେମାନଙ୍କ ହ୍ୟାଣ୍ଡଲରଙ୍କ…

T-20 ବିଶ୍ବକପ୍‌; ଭାରତ ଆସିବାକୁ ମନା କଲା ବାଂଲାଦେଶ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ବାଂଲାଦେଶୀ ଖେଳାଳି ଭାରତ ଯାତ୍ରା କରିବେ ନାହିଁ। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ପରାମର୍ଶଦାତା ଡକ୍ଟର ଆସିଫ୍ ନଜରୁଲ୍ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ବାଂଲାଦେଶ…

ପଥର ଖଣିରେ ବିସ୍ଫୋରଣ ଘଟଣା, ୨ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳରେ ଏକ ବେଆଇନ ପଥର ଖଣିରେ ବିସ୍ଫୋରଣ ଯୋଗୁଁ ପଥର ଧସି ପଡ଼ିଥିଲା। ଯାହା ଫଳରେ ପ୍ରାୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ଶନିବାର ରାତିରେ ମୋଟଙ୍ଗା ଥାନା ଅଧୀନସ୍ଥ ଗୋପାଳପୁର ଗ୍ରାମ ନିକଟରେ ଥିବା ପଥର ଖଣିରୁ ପଥର ଖନନରେ କିଛି…