Latest Odisha News

BREAKING NEWS

ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ, ଅନେକ ନିଶାଦ୍ରବ୍ୟ ଜବତ

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ। ଜେଲ୍‌ରେ ଗାଙ୍ଗୱାର ଖବର ପ୍ରକାଶ ପରେ କରାଯାଇଛି ଚଢ଼ାଉ। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢାଉରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ ଅଛନ୍ତି।…

ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର: ଓଏସଆରଟିସି (OSRTC) ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌। ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ରେଡ୍‌। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି…

ଭାରତର ଚନ୍ଦ୍ର ବିଜୟକୁ ବର୍ଷେ: ପ୍ରସ୍ତୁତ ଅଛି ଚନ୍ଦ୍ରଯାନ-୪ର ଡିଜାଇନ, ୫ ବର୍ଷରେ ଲଞ୍ଚ କରିବ ୭୦ ସାଟେଲାଇଟ

ବେଙ୍ଗାଲୁରୁ: ଆଜି ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଚଳିତବର୍ଷର ଥିମ୍ ରହିଛି- "Touching Lives while Touching the Moon: India's Space Saga." । ଭାରତର ଚନ୍ଦ୍ର ବିଜୟକୁ ଆଜି ବର୍ଷେ ପୂରଣ ହୋଇଛି।…

ତ୍ରିପୁରାରେ ପ୍ରକୃତିର ତାଣ୍ଡବ: ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ; ଗଲା ୨୨ ଜୀବନ, ୧୭ ଲକ୍ଷ ଲୋକେ ପ୍ରଭାବିତ

ଅଗରତାଲା: ଗତ କିଛି ଦିନ ଭିତରେ ତ୍ରିପୁରାରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ପ୍ରକୃତିକର ତାଣ୍ଡବ ରଚିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଫଳରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ୧୭…

ଆସୁଛି ଘୂର୍ଣ୍ଣିବଳୟ: ୨୫ ଯାଏଁ ପ୍ରବଳ ବର୍ଷା, ୧୬ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ସତର୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ। ହାଲୁକାରୁ ମଧ୍ୟମ ଧରଣ ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା। ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା। ଉପକୂଳ ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା…

ଅଲୋଡ଼ା ନବଜାତକ, ରାସ୍ତାକଡରୁ ଉଦ୍ଧାର ହେଲା ଶିଶୁର ମୃତଦେହ

ଅନୁଗୁଳ: ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା ଲୋକ ରାସ୍ତା କଡରେ ଏକ ନବଜାତକ ପଡିଥିବା ଦେଖିଥିଲେ। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ…

ଖୋଲିବ ରତ୍ନଭଣ୍ଡାର: ସ୍ଥାନାନ୍ତର ହେବ ସିନ୍ଦୁକ , ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ସ୍ଥାନାନ୍ତର ହେବ ଖାଲି କରାଯାଇଥିବା ଆଲମିରା ଓ ସିନ୍ଦୁକ। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରୁ ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଦିନ ୧ ଟା ଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ…

ହାତରୁ ଖସିଗଲା କି ଇଭି କାରଖାନା? ଓଡିଶା ସମ୍ବାଦ ଏକ୍ସକ୍ଲୁସିଭ୍

ଭୁବନେଶ୍ବର: ଓଡିଶା ହାତରୁ ଖସିଗଲା କି ଇଭି କାରଖାନା? ବିଜେଡି ସରକାର ବେଳେ କଟକ ନରାଜରେ ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ କାରଖାନା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିଲା। ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବା ନେଇ ସେତେବେଳର ରାଜ୍ୟ ସରକାର ଓ…

୨୦ କୋଟିରେ ନିର୍ମିତ ଏହି ସାଉଥ୍ ଫିଲ୍ମ ବଜେଟ୍ ଠାରୁ ୫ ଗୁଣ ଅଧିକ କରିଛି ଆୟ

ମୁମ୍ବାଇ: ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ସାଉଥ୍ ଫିଲ୍ମ ଏବଂ ୱେବ୍ ସିରିଜ୍ କୁ ନେଇ କ୍ରେଜ୍ ବଢିଚାଲିଛି । ଯାହା ମଧ୍ୟରୁ କିଛି ଫିଲ୍ମ ହଲ୍ ରେ ମୁକ୍ତିଲାଭ କରିବା ପରେ ଓଟିଟି ରେ ହଇଚଇ ସୃଷ୍ଟି କରୁଛି । ଆମେ ବିଜୟ ସେତୁପତୀଙ୍କ ଫିଲ୍ମ 'ମହାରାଜା' ବିଷୟରେ କହୁଛୁ ଯାହା ଚଳିତ ବର୍ଷ ଓଟିଟି…

କୋଲକାତା ଦୁଷ୍କର୍ମ, ହତ୍ୟା ଘଟଣା: କଲେଜର ପୂର୍ବତନ ପ୍ରିନ୍ସିପାଲ, ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ଓ ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ । ପଲିଗ୍ରାଫ୍‌ ଟେଷ୍ଟ ପାଇଁ ସିଟି କୋର୍ଟଙ୍କଠୁ ଅନୁମତି ପାଇଲା ସିବିଆଇ । ମୃତ୍ୟୁ ପୂର୍ବରୁ ମହିଳା…